26.1 C
Bhubaneswar
Thursday, September 19, 2024
Homeଓଡିଶାଯୁବକଙ୍କୁ ଉଲଗ୍ନ କରି ମାଡ ମାରିବା ମାମଲା; ଭିଡ଼ ଭିତରୁ ମାତ୍ର ୨ଜଣଙ୍କୁ ଉଠାଇଲା ପୁଲିସ

ଯୁବକଙ୍କୁ ଉଲଗ୍ନ କରି ମାଡ ମାରିବା ମାମଲା; ଭିଡ଼ ଭିତରୁ ମାତ୍ର ୨ଜଣଙ୍କୁ ଉଠାଇଲା ପୁଲିସ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପଳାଶୁଣୀ ହାଟ ପ୍ରାଚୀବିହାର ଛକ ନିକଟରେ ଜଣେ ଝାଡଖଣ୍ଡ ଯୁବକଙ୍କୁ ଏକ ଗ୍ରୀଲରେ ବାନ୍ଧି ଉଲଗ୍ନ କରି ମାଡ଼ ମାରିବା ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ବହୁ ସଂଖ୍ୟ ଯୁବକ ଏକତ୍ର ହୋଇ ଆକ୍ରମଣ କରୁଥିଲା ବେଳେ ପୁଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପଳାଶୁଣୀ ହାଟ ଚାଟ୍ ଏବଂ ଟିଫିନ୍ ଷ୍ଟଲର କରୁଣାକର ମଣ୍ଡଳ ଏବଂ ଷଢଙ୍ଗୀ କଲୋନୀ ପଳାଶୁଣୀ ଇନ୍ଦ୍ରମଣୀ ପରିଡ଼ା ।

ତେବେ ଅନ୍ୟ ଅଭିଯୁକ୍ତମାନେ କେବେ ଗିରଫ ହେବେ ତାହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ରାତି ପ୍ରାୟ ୮.୩୦ ସମୟରେ ପଳାଶୁଣୀ ହାଟରେ ବସିଥିଲା କଙ୍ଗାରୁ କୋର୍ଟ । ଝାଡ଼ଖଣ୍ଡ ତିନ୍ ପାହାଡ଼ି ଅଞ୍ଚଳର ସମ୍ପୃକ୍ତ ଯୁବକ କୌଣସି କାମରେ ପଳାଶୁଣି ହାଟକୁ ଆସିଥିଲେ । ମୋବାଇଲ ଚୋର ସନ୍ଦେହରେ କିଛି ଲୋକେ ତାଙ୍କୁ ଘେରି ଯାଇଥିଲେ । ତାଙ୍କୁ ଚୋରି ସନ୍ଦେହରେ ଗାଳି ଗୁଲଜ କରିଥିଲେ । ସେ କିଛି ବୁଝିଆ ଆଗରୁ ତାଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ପରେ ମାରଧର କରିଥିଲେ । ଏହା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । କେହି ଜଣେ ତାଙ୍କୁ ଲଙ୍ଗଳା କରିବାକୁ କହିଥିଲେ । ପରେ ୪ ଜଣ ଯୁବକ ମିଶି ତାଙ୍କୁ ଲଙ୍ଗଳା କରି ଦେଇଥିଲେ । ଯୁବକ ଜଣଙ୍କ ଯେତେ ମନା କଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ । ହାତ ଯୋଡିଲେ । ଗୋଡ଼ ଧରି ନେହୁରା ହେଲେ । କହିଲେ ମୋତେ ମାଡ଼ ନ ମାରି ବରଂ ଥାନାରେ ପୁରାଅ । ହେଲେ ମୋତେ ଲଙ୍ଗଳା କର ନାହିଁ । ସେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ବସ୍ତ୍ର ହରଣରୁ କେହି ରୋକି ପରି ନ ଥିଲେ । ଶେଷରେ ସମ୍ପୃକ୍ତ ୪ ଯୁବକଙ୍କ ତାଙ୍କୁ ମାଡ଼ମାରି କପଡ଼ା ଫାଡ଼ି ଦେଲେ ।

ଖାଲି ସେତିକି ନୁହେଁ ବରଂ ଲଙ୍ଗଳା କରି ରାସ୍ତା ଉପରେ କିଛି ବାଟ ବୁଲାଇଥିଲା । ରାସ୍ତାରେ ବୁଲାଇବା ଅବସ୍ଥାରେ ଯିଏ ଯାହା ପାରିଲା ଗୋଇଠା ବିଧା ମାରି ଚାଲିଛି ବୋଲି କୁହାଯାଉଛି । ଏହା ପରେ ତାଙ୍କୁ ଏକ ଗ୍ରୀଲରେ ବାନ୍ଧି ଦିଆଗଲା । ସେଠାରେ କଙ୍ଗାରୁ କୋର୍ଟ ଭଳି ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା । ମୋବାଇଲ ଚୋରି କରିଥିବା ଅଭିଯୋଗରେ ସାଧାରଣ ଲୋକଙ୍କୁ କୁହାଗଲା ମାଡ଼ ମାରନ୍ତୁ । ଯିଏ ଆସିଲେ ସିଏ ମାରିଲେ ।

ସଭ୍ୟ ସମାଜର ମାନବାଧିକାର ନିୟମାବଳୀକୁ ଦଳି ଚକଟି ଦିଆଗଲା । ତାଙ୍କୁ ମାଡ଼ ମାରାଯାଉଥିବା ଦେଖି ଜଣେ ମହିଳା ନିରାଶ ହୋଇଯାଇଥିଳେ । ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପିସିଆର-୬ ପହଞ୍ଚି ଥିଲା । ଭିଡ଼ ଭିତରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking