ସିକନ୍ଦରାବାଦ: ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍ରେ କେହି ଦୁର୍ବୃତ୍ତ ବୋମା ରଖାଯାଇଥିବା ନେଇ ସୂଚନା ଦେଇଛି । ସୂଚନା ମିଳିବା ପରେ ସିକନ୍ଦରାବାଦ ଷ୍ଟେସନ୍ ନିକଟରେ ଟ୍ରେନ୍ ଅଟକାଇ ବମ୍ ସ୍କ୍ୱାଡ୍ର ଯାଞ୍ଚ ଚଳାଇଛି । ଟ୍ରେନ୍ରୁ ସମସ୍ତ ଯାତ୍ରୀମାନଙ୍କୁ ଖାଲି କରାଯାଇ ବମ୍ ସ୍କ୍ୱାଡ୍ ଯାଞ୍ଚ କରିଥିବା ବେଳେ ଏହା ସତ କି ମିଛ ତାହାର ଯାଞ୍ଚ କରାଯାଉଛି । ତେବେ ବୋମା କିଏ ରଖିଛି କି ଏହା ପ୍ରକୃତରେ ସତ ନା ମିଛ ତାହାର ଯାଞ୍ଚ କରାଯାଉଛି । ବୋମା ଶବ୍ଦ ଶୁଣି ଯାତ୍ରୀଙ୍କ ମଧ୍ୟରେ କୋଳାହଳ ସୃଷ୍ଟି ହୋଇଥିବା ବେଳେ ସଙ୍ଗେ ସଙ୍ଗେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୁରକ୍ଷିତ ଭାବେ ପୋଲିସ୍ ସମସ୍ତଙ୍କୁ ଟ୍ରେନ୍ରୁ ତଳକୁ ଓହ୍ଲାଇଥିବା ବେଳେ ବମ୍ ସ୍କ୍ୱାଡ୍ ଯାଞ୍ଚ ଜାରି ରଖିଛି ।