25.1 C
Bhubaneswar
Sunday, January 26, 2025
Homeଆଇସିସି ଟି-୨୦ ବିଶ୍ୱକପ୍ -୨୦୨୪ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା

ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟକା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟକା ଲାଗିଛି । ଏହି ଝଟକା କଲିନ ମୁନରୋଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖବର ସହିତ ଜଡିତ । ୩୭ ବର୍ଷୀୟ ମୁନରୋ ଟି-୨୦ ବିଶ୍ୱକପ ୨୦୨୪ ଦଳରେ ସ୍ଥାନ ନ ପାଇବା ପରେ ଅବସର ଘୋଷଣା କରିଥିଲେ। ତାଙ୍କର ଆନ୍ତର୍ଜାତୀୟ କ୍ୟାରିଅର୍ ୧୨୩ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ନିଜ ଦେଶ ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଶତକ ଏବଂ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ଭଳି ଚମତ୍କାର ରେକର୍ଡ ସୃଷ୍ଟି କରିଥିଲେ ।ବାମହାତୀ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋ ନିଜ ମାଟିରେ ଭାରତ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ୪ ବର୍ଷ ପୂର୍ବେ ଖେଳାଯାଇଥିବା ସେହି ମ୍ୟାଚରେ କଲିନ ମୁନ୍ରୋ ୬ ଟି ବଲରେ ୧୫ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ମୋଟ ୧୨୩ ଟି ମ୍ୟାଚ୍ ଖେଳି ୬୫ ଟି ଟି-୨୦ ଇଣ୍ଟରନ୍ୟାସନାଲ, ୫୭ ଟି ଦିନିକିଆ ଏବଂ ୧ ଟେଷ୍ଟ ମ୍ୟାଚ ଖେଳି ମୁନ୍ରୋ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦୦ ରୁ ଅଧିକ ରନ୍ ସଂଗ୍ରହ କରି ୭ ୱିକେଟ୍ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking