34.1 C
Bhubaneswar
Monday, May 25, 2026
Homeଓଡିଶାକଲଭର୍ଟ ତଳେ ଜୀବନ ବିତାଉଥିଲେ ୬୦ ବର୍ଷୀୟ ବୃଦ୍ଧ

କଲଭର୍ଟ ତଳେ ଜୀବନ ବିତାଉଥିଲେ ୬୦ ବର୍ଷୀୟ ବୃଦ୍ଧ

ସୁନ୍ଦରଗଡ଼: ପରିବାର ଲୋକଙ୍କ ଗାଳି ସହିନପାରି କଲଭର୍ଟ ତଳେ ଜୀବନ ବିତାଉଥିଲେ ୬୦ ବର୍ଷୀୟ ବୃଦ୍ଧ। ଖବର ପାଇ ଉଦ୍ଧାର କଲେ ପୋଲିସ ଓ ସ୍ଥାନୀୟ ସାମ୍ବାଦିକ। ସୁନ୍ଦରଗଡ଼ ଲହୁଣିପଡ଼ା ଥାନା ରେଙ୍ଗାଲବେଢା ଗାଁରେ ଏହି ଅଭାବନୀୟ ଖବର ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ରେଙ୍ଗାଲବେଢା ଗାଁର ଯୋହନ କାଣ୍ଡୁଲାନା ଏମିତି ଗତ ୨ ମାସ ହେଲା କଲଭର୍ଟରେ ରହୁଥିଲେ। ଟେନସା – ବାରସୁଆଁ ରାସ୍ତାର କଲଭର୍ଟ ତଳେ ରହିବା ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ ଏବଂ ସାମ୍ବାଦିକ ରାକେଶ ମହାନ୍ତି ତାଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି। ବୃଦ୍ଧଙ୍କୁ ଆର୍ଥିକ ସହାୟତା ଦେଇ ବୁଝା ସୁଝା କରି ତାଙ୍କ ଘରକୁ ଯିବାକୁ ଅନୁରୋଧ କରିଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking