ଉମରକୋଟ: ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ । କାନ୍ଦ ଶବ୍ଦରେ ଫାଟି ପଡୁଛି ପୁରା ପରିବେଶ । କଣ କରିବେ ବୁଝିପାରୁନାହାନ୍ତି ଅସହାୟ ବାପା ମା । ସେମାନେ ବି ନିଜ କୋହକୁ ହୃଦୟରେ ଚାପି ଧରି ଭଗବାନଙ୍କ ଭରସାରେ ରହିଯାଇଛନ୍ତି । ଏହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ମୁଣ୍ଡକାଗୁଡା ଗ୍ରାମର ନବିନା ମୁଦୁଲିଙ୍କର ୬ ବର୍ଷ କୁନି ଝିଅର କଥା।
ଗତ ଗଣେଶ ପୂଜା ଦିନ ଘରେ ଖେଳୁଥିବା ସମୟରେ ଅସାବଧାନତା ବଶତଃ ରୋଷେଇଘର ଚୁଲିରୁ ହଠାତ୍ କୁନି ଝିଅ ଦେହରେ ନିଆଁ ଲାଗି ଯାଇଥିଲା। ତୁରନ୍ତ ପରିବାର ଲୋକେ ଝରିଗାଁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। କିନ୍ତୁ ସେଠାରେ କୋରାପୁଟ ମେଡିକାଲ କଲେଜକୁ ତୁରନ୍ତ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ କୁନି ଝିଅର ବାପା ଜଣେ ନିହାତି ଗରିବ ହୋଇ ଥିବାରୁ ଆର୍ଥିକ ଅବସ୍ଥା ଏତେଟା ଭଲନଥିବାରୁ । ସେ କିଛି ଉପାୟ ନପାଇ ଶିଶୁ ଟିକୁ ଗାଁ କୁ ନେଇ ଆସିଥିଲେ।
ତେବେ ଘରକୁ ଆସିବା ପରେ ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁଣି ଝରିଗାଁ ହସ୍ପିଟାଲ୍ କୁ ନେଇଥିଲେ ସେଠାରୁ ପୁଣି ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ବାରଣ୍ଡାରେ ଶିଶୁ କୁ ରଖି ମା,ବାପା ଉଭୟ କାନ୍ଦୁଥିଲେ। ଏହାକୁ ଦେଖି କିଛି ଲୋକ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ସହଯୋଗ କରିଥିଲେ। ବର୍ତମାନ ଶିଶୁ ଟି ଉମରକୋଟ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି ।