ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ କାଚାରାସାହି ପଞ୍ଚାୟତର ରାଉତପଡା ଗ୍ରାମରେ ଘଟିଯାଇଛି ଏକ ଲୋମୋହର୍ଷଣ ଘଟଣା। ପ୍ରେମ ପାଇଁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୫ବର୍ଷର ଛାତ୍ରୀକୁ ଅସଦାଚରଣ କରିବା ସହିତ ମାଡ ମାରି ଲହୁଲୁହାଣ କରି ଦିଆଯାଇଛି। ଯାହାଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଆସାମୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ସୂଚନା ଅନୁଯାୟୀ ପଛିକୋଟ ପଞ୍ଚାୟତର କଡମା ଗ୍ରାମର ସ୍ଵର୍ଗତ ଅଶୋକ ଧଳଙ୍କ ଏକମାତ୍ର ଜୈନିକ l ଝିଅ କାଚରାସାହି ପଞ୍ଚାୟତର ରାଉତପଡା ଗ୍ରାମରେ ମାଘ ସପ୍ତମୀ ଉପଲକ୍ଷେ ଚାଲିଥିବା ମେଳାକୁ ସାଙ୍ଗମାନଙ୍କ ସହ ଯାଇଥିଲେ। ରାତିରେ ନିଜ ସାଙ୍ଗ ଘର କାଚରାସାହି ପଞ୍ଚାୟତ ରାଉତପଡାର ଜନାର୍ଦ୍ଦନ ବାରିକଙ୍କ ଘରେ ରହିଥିଲେ।
ପୂର୍ବରୁ ରୂପାଲି ସହିତ ପ୍ରେମ ସମ୍ପର୍କ ଥିବା ସେହି ଗ୍ରାମର ନରହରି ଆଇଚଙ୍କ ପୁଅ ଲକ୍ଷ୍ମଣ ଆଇଚ (ସିକୁନୁ) ରୂପାଲି ଶୋଇଥିବା ଘରେ ରାତ୍ର ୯ଘଟିକା ସମୟରେ ଜୋର ଜବରଦସ୍ତ ପଶି ଅସଦାଚରଣ କରିବା ସହିତ ମାଡ ମାରୁଥିଲା। ପାଟି ଶୁଣି ଜନାର୍ଦ୍ଦନ ରାଉତ ଓ ତାଙ୍କ ପତ୍ନୀ ଉଠିପଡିବାରୁ ସେ ଦୈଡି ପଳାଇବାକୁ ଚେଷ୍ଟା କରିବା ସମୟରେ ଜନାର୍ଦ୍ଦନ ତାକୁ କାବୁ କରିଥିଲେ। ଏହି ସମୟରେ ଆଗରୁ ଲୁଚି ବସିଥିବା ତାହାର ସହଯୋଗି କଡମା ଗ୍ରାମର ବାଙ୍କୁ ସ୍ଵାଇଁଙ୍କ ପୁଅ ଧର୍ମେନ୍ଦ୍ର ସ୍ଵାଇଁ ଉତ୍କ୍ଷିପ୍ତ ହୋଇ ପୀଡ଼ିତା ନା ବାଳିକାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଯାହା ଫଳରେ ପିଡିତାଙ୍କ ମୁଁହରେ ଗଭୀର ଆଘାତ ଲାଗିବା ସହ କାନ, ନାକ ଓ ପାଟିରୁ ପ୍ରବଳ ରକ୍ତ ସ୍ରାବ ହେବା ସହିତ ଚେତା ହରାଇଥିଲେ। ଗ୍ରାମର ଯୁବକ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟରେ ପ୍ରଥମେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେିକାଲକୁ ସ୍ଥାନନ୍ତରିତ କରାଯାଇଛି। ଏପର୍ଯ୍ୟନ୍ତ ପୀଡ଼ିତା ଚେତାଶୁନ୍ୟ ଥିବା ଜଣାପଡିଛି ।
ଏ ନେଇ ପୀଡିତଙ୍କ ମା କୋରେଇ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଜନାର୍ଦ୍ଦନ ବାରିକଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି।ପୀଡିତା ମା ଙ୍କ ଅଭିଯୋଗ ଅନୁଯାୟୀ କେଶ ନଂ-୨୮/୨୩ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଲକ୍ଷ୍ମଣ ଆଇଚକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ସ୍ଵାଇଁ ଫେରାର ଥିବା ତଦନ୍ତକାରୀ ଅଫିସର ବିଶ୍ଵଜିତ ବିଶ୍ଵାଳ ସୂଚନା ଦେଇଛନ୍ତି। ଏହା ସହିତ କୋରେଇ ପୁଲିସ କଟକ ବଡ ମେଡିକାଲକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତଙ୍କ ବୟାନ ରେକର୍ଡ କରିଥିବା ର ବିଶେଷ ସୂତ୍ରରୁ ଖବର ମିଳିଛି ।ଯାଜପୁର ଭିନିତ ଅଗ୍ରୱାଲ ଙ୍କ ନିର୍ଦେଶ ରେ ଏସ ଡ଼ି ପି ଓ
ସଂଜୟ କୁମାର ପଟ୍ଟନାୟକ ତଦନ୍ତ ଚଳାଇଛନ୍ତି ।