27.1 C
Bhubaneswar
Sunday, August 24, 2025
Homeଦେଶ ବିଦେଶବିଷାକ୍ତ କୋଳି ଖାଇ ୧୪ ବର୍ଷିୟ ବାଳକ ମୃତ

ବିଷାକ୍ତ କୋଳି ଖାଇ ୧୪ ବର୍ଷିୟ ବାଳକ ମୃତ

ଲଣ୍ଡନ: ବାପାଙ୍କ ସହିତ ପାର୍କକୁ ବୁଲି ଯାଇଥିବା ବେଳେ ଜଣେ ୧୪ ବର୍ଷିୟ ପୁଅ ବିଷାକ୍ତ କୋଳି ଖାଇ ମରିଥିବା କଥା ‘ଦି ଇ‌ଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି। ମୃତ ବାଳକର ନାଁ ବେନ୍‌ କ୍ୟୁରାନ୍‌-ନିକୋଲାସ୍‌। ଭୀଷଣ ‘ଅଟିଜିମ୍‌’ରେ ଆକ୍ରାନ୍ତ ଓ ବୁଦ୍ଧିସୁଧି ନ ଥିବା ବେନ୍‌ ବ୍ୟାୟାମ କରିବା ଲାଗି ଦୈନିକ ମାଞ୍ଚେଷ୍ଟର୍‌ ଅନ୍ତର୍ଗତ ଡିସ୍‌ବରି ଅଞ୍ଚଳରେ ଥିବା ‘ଫ୍ଲେଚର୍‌ ମସ୍‌ ପାର୍କ’କୁ ସକାଳ ବୁଲି ଯାଉଥିଲା।ଗତବର୍ଷ ସେପ୍ଟେମ୍ବର ୧୮ ତାରିଖ ସକାଳ ୬ଟା ବେଳେ ବେନ୍‌ ବାପାଙ୍କ ସହିତ ପାର୍କରେ ବୁଲିଥିବା ବ‌େଳେ ଗୋଟାଏ ‘ୟୁ’ ଗଛରୁ କିଛି କୋଳି ଓ ପତ୍ର ତୋଳି ଖାଇ ଦେଇଥିଲା। ବେନ୍‌ ପ୍ରତିଦିନ ସେ ଗଛରେ ଚଢ଼ାଚଢ଼ି କରେ କିନ୍ତୁ, ତା’ର କୋଳି ଓ ପତ୍ର ବିଷାକ୍ତ ବୋଲି ସେ କି, ତା’ର ବାପା ଜାଣି ନ ଥିଲେ। ହଠାତ୍‌ ବେନ୍‌ ଅସୁସ୍ଥ ହୋଇ ପଡ଼ିଗଲା। ‘ଇମର୍ଜେନ୍‌ସି ଆମ୍ବୁଲାନ୍ସ୍‌’ ଯୋଗେ ତୁରନ୍ତ ବେନ୍‌କୁ ‘ରୟାଲ୍‌ ମାଞ୍ଚେଷ୍ଟର୍‌ ଚିଲ୍‌ଡ୍ରେନ୍‌ସ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠରେ ତହିଁଆର ଦିନ ପ୍ରତ୍ୟୁଷରେ ବେନ୍‌ର ମୃତ୍ୟୁ ଘଟିଲା। ‘ୟୁ’ କୋଳି ଓ ପତ୍ର ଖାଇଥିବା ଯୋଗୁଁ ତା’ର ମୃତ୍ୟୁ ଘଟିଛି ବୋଲି ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଲା। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଥିଲା ଯେ, କେତେଗୁଡ଼ିଏ ମାମଲା ଆସିଥିଲେ ବି ‘ୟୁ’ କୋଳି ବିଷକ୍ରିୟାଜନିତ ମୃତ୍ୟୁ ଖୁବ୍‌ ବିରଳ। ତେଣୁ, ଏ ସଂକ୍ରାନ୍ତରେ ଜନସଚେତନତା ଜାରି କରାଯିବା ନ, ଯିବା ଉପରେ ବ୍ୟାପକ ମାଞ୍ଚେଷ୍ଟର୍‌ ସିଟି କାଉନ୍‌ସିଲ୍‌ ଓ ‘ୟୁକେ ହେଲ୍‌ଥ୍‌ ସିକ୍ୟୁରିଟି ଏଜେନ୍‌ସି’ ମଧ୍ୟରେ ଆଲୋଚନା କରାଯିବା ପରେ ଜନସଚେତନତା ଜାରି କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking