27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୬୩ ବର୍ଷୀୟ ବରକୁ ବାହା ହେଲେ ୧୨ ବର୍ଷୀୟ କନ୍ୟା

୬୩ ବର୍ଷୀୟ ବରକୁ ବାହା ହେଲେ ୧୨ ବର୍ଷୀୟ କନ୍ୟା

ଘାନା : ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି । ଘାନାର ରାଜଧାନୀ ଆକ୍ରାରେ ଥିବା ନଙ୍ଗୁଆ ଅଞ୍ଚଳରେ ଜଣେ ପୁରୋହିତ ନାବାଳିକାକୁ ବିବାହ କରିଥିଲେ । ପୁରୋହିତ ଜଣକ ହେଲେ ନୁମୋ ବୋର୍କେଟେ ଲାୱେ ସୁରୁ । ଘଟଣାଟି ଗତ ଶନିବାର ଦିନ ଘଟିଥିଲା । ଏକ ସମାରୋହରେ ଉକ୍ତ ଅଞ୍ଚଳର ପୁରୋହିତଜଣକ ସ୍ଥାନୀୟ ଏକ ନାବାଳିକାକୁ ବିବାହ କରିଥିଲେ । ଏହି ବିବାହ ଅନୁଷ୍ଠାନକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି । ପୁରୋହିତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ପାରମ୍ପରିକ ଧର୍ମଯାଜକ ବା ଆଧ୍ୟାତ୍ମିକ ଗୁରୁ ଅଟନ୍ତି । ନଙ୍ଗୁଆ ଆଦିବାସୀ ସମ୍ପ୍ରଦାୟରେ ସେ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଅଧିକାର ପାଇଛନ୍ତି । ସୂଚନାଯୋଗ୍ୟ ଘାନାରେ ବିବାହ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ କରାଯାଇଛି । ଏପରି ବିବାହ ଉତ୍ସବ ଜନଅସନ୍ତୋଷ ସୃଷ୍ଟି କରିଛି । ଦଶ ହଜାର ଆଦବାସୀଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟକ୍ରମ ହୋଇଥିଲା ।

ନାବାଳିକା ଜଣକ ଧଳା ପୋଷାକରେ ଆସିଥିଲେ । ସ୍ଥାନୀୟ ଭାଷାରେ ଉପସ୍ଥିତ ଥିବା ମହିଳା ମାନେ ପତ୍ନୀର କର୍ତ୍ତବ୍ୟ କରିବାକୁ କହୁଥିବା ଜଣା ପଡ଼ିଛି । ଏହା ସହ ସ୍ୱାମୀଙ୍କୁ ପସନ୍ଦ ଥିବା ଭଳି ଅତର ବ୍ୟବହାର କରିବାକୁ ମଧ୍ୟ କହୁଥିବା ଜଣା ପଡ଼ିଛି । ଘଟଣାଟି ଅନେକ ଘାନାବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ସୃଷ୍ଟି କରିଛି । ଅନେକ ଏହାକୁ ବେଆଇନ ମଧ୍ୟ କହିଛନ୍ତି । ଏଥି ସହ ଉକ୍ତ ପୁରୋହିତକୁ ଗିରଫ କରିବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି । ତେବେ ଏପରି ସମାଲୋଚନା ସତ୍ତ୍ୱେ ଅନେକ ପୁରୋହିତଙ୍କ ସପକ୍ଷରେ ବାହାରିଛନ୍ତି । ସେମାନେ କହିଛନ୍ତି, ପରମ୍ପରାକୁ ଜଳାଞ୍ଜଳି ଦିଆ ଯାଇପାରିବନାହିଁ । ଲୋକମାନେ ରୀତିନୀତି-ପରମ୍ପରାକୁ ବୁଝନ୍ତି ନାହିଁ । ଏହି ବିବାହ କେବଳ ପରମ୍ପରା ଏବଂ ପ୍ରଥା ଅଟେ । ସ୍ଥାନୀୟ ନେତା ଜଣେ କହିଛନ୍ତି ଯେ, ଝିଅଟି ୬ ବର୍ଷ ବୟସରେ ହିଁ ପୁରୋହିତଙ୍କ ପତ୍ନୀ ହେବା ଆବଶ୍ୟକ ଥିଲା । ଅନ୍ୟପଟେ ଏହି ପ୍ରକ୍ରିୟା କିନ୍ତୁ ଶିକ୍ଷାକୁ ବାଧା ଦିଏ ନାହିଁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking