26.1 C
Bhubaneswar
Sunday, November 29, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ଉତ୍ତରପ୍ରଦେଶ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଅଦଲହାଟ ଥାନା ଅନ୍ତର୍ଗତ ସିକିୟା ତରାହେ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ପଥର ବୋଝେଇ ଏକ ଭାରୀ ଟ୍ରକ ନିୟନ୍ତ୍ରଣ ହରାଇ ଯାତ୍ରୀ ଭର୍ତ୍ତି ଏକ ଅଟୋ-ରିକ୍ସା ଉପରେ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅଟୋ-ରିକ୍ସାଟି ଆହରୌରାରୁ ନାରାୟଣପୁରକୁ ଯାତ୍ରୀମାନଙ୍କୁ ନେଇ ଯାଉଥିଲା । ସେହି ସମୟରେ ପଛରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହରାଇ ଅଟୋ ଉପରେ ଓଲଟି ପଡ଼ିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ୫୨ ବର୍ଷୀୟ ମୋହନ ରାଜଭର, ୩୫ ବର୍ଷୀୟ ଅଞ୍ଜନା ଏବଂ ଜଣେ ଅଜଣା ବ୍ୟକ୍ତି ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗ୍ରାମବାସୀଙ୍କ ସହାୟତାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking