26.1 C
Bhubaneswar
Sunday, November 29, 2026
Homeଓଡିଶାମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ସୋନୁ ସୁଦ

ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ସୋନୁ ସୁଦ

ପୁରୀ : ବଡଦାଣ୍ଡରେ ବଲିଉଡ ଅଭିନେତା । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ସୋନୁ ସୁଦ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅଭିନେତା ସୋନୁ ସୁଦ । ସିଂହଦ୍ୱାରରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆଗକୁ ତାଙ୍କ ଫିଲ୍ମ ନନ୍ଦୀର କାମ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମରେ ସୋନୁ ନିଜେ ନିର୍ଦ୍ଦେଶନା ଦେବା ସହିତ ଅଭିନୟ ମଧ୍ୟ କରୁଛନ୍ତି । କୌଣସି ବଡ଼ କାମ ଆରମ୍ଭ କରିବା ପୂର୍ବରୁ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା କହିଛନ୍ତି । କରୋନା ସମୟରେ କେରଳରୁ କେନ୍ଦ୍ରାପଡ଼ାକୁ ପ୍ରାୟ ୧୭୦ ଜଣ ପିଲାଙ୍କୁ ଫେରାଇ ଆଣିବା ଘଟଣାକୁ ମନେ ପକାଇ କହିଛନ୍ତି, ସେହି ସମୟଠାରୁ ଭୁବନେଶ୍ୱର ଓ ଓଡ଼ିଶାବାସୀଙ୍କ ସହିତ ତାଙ୍କର ଏକ ଗଭୀର ସମ୍ପର୍କ ଯୋଡ଼ି ହୋଇଛି । ଓଡ଼ିଶାବାସୀଙ୍କୁ ସେ ନିଜ ପରିବାର ଭଳି ମନେ କରନ୍ତି ବୋଲି କହିଛନ୍ତି ସୋନୁ ସୁଦ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking