ଜଗତସିଂହପୁର: ପାରାଦ୍ୱୀପ ସମୁଦ୍ରରେ ବଡ଼ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ମାଛ ଧରି ଫେରୁଥିବା ବେଳେ ସମୁଦ୍ର ଭିତରେ ବୁଡ଼ି ରହିଥିବା ‘ବ୍ଲାକ୍ ରୋଜ୍’ ଜାହାଜରେ ପିଟି ହୋଇଛି ଏକ ମତ୍ସ୍ୟଜୀବୀ ବୋଟ୍ । ଧକ୍କା ଏତେ ଜୋରରେ ଲାଗିଥିଲା ଯେ ବୋଟ୍ର ତଳ ଅଂଶ କ୍ଷତିଗ୍ରସ୍ତ ହୋଇ ଭିତରକୁ ପାଣି ପଶିବା ଆରମ୍ଭ କରିଥିଲା । ଫଳରେ ବୋଟ୍ଟି ଢଳି ପଡ଼ିଥିଲା ।ଏହି ଅଘଟଣରେ ବୋଟ୍ରେ ଥିବା ମାଛ, ଜାଲ ଓ ଅନ୍ୟାନ୍ୟ ସାମଗ୍ରୀ ସମୁଦ୍ରରେ ଭାସିଯାଇଛି । ତେବେ ସୌଭାଗ୍ୟବଶତଃ ବୋଟ୍ଟି କୂଳ ନିକଟରେ ଥିବାରୁ ଏକ ବଡ଼ ବିପଦ ଟଳିଯାଇଛି । ବୋଟ୍ରେ ଥିବା ସମସ୍ତ ୭ ଜଣ ମତ୍ସ୍ୟଜୀବୀ ପହଁରି ପହଁରି ସୁରକ୍ଷିତ ଭାବେ କୂଳକୁ ଫେରି ଆସିଛନ୍ତି ।ପାରାଦ୍ୱୀପ ଲାଇଟ୍ ହାଉସ୍ ସମ୍ମୁଖରେ ଥିବା ଷଣ୍ଢକୁଦ ବସ୍ତି ନିକଟ ସମୁଦ୍ରରେ ଏହି ଘଟଣା ଘଟିଛି ।










