ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢିଲା ଶୀତର ପ୍ରକୋପ ହଠାତ ଖସିଲା ପାରଦ, ଥରିଲାଣି ପୂରା ରାଜଧାନୀ । ସକାଳୁ ସକାଳୁ ଶୀତର ଅନୁଭୂତି ଲୋକଙ୍କୁ କଲାଣି ଅସ୍ତବ୍ୟସ୍ତ ଗତ ତିନ ଦିନ ମଧ୍ୟରେ ସକାଳ ସମୟର ତାପମାତ୍ରାରେ ୬.୭ ଡିଗ୍ରୀ ସେଲସିୟସ ହ୍ରାସ ଘଟିଛି । ଆଜି ସକାଳେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରୀ ରେକର୍ଡ ହୋଇଛି । ଗତ କିଛି ଦିନ ଧରି ରାଜଧାନୀରେ କ୍ରମାଗତ ଭାବେ ହ୍ରାସ ପାଉନି । ନଭେମ୍ବର ୨୪ ତାରିଖରେ ସକାଳର ତାପମାତ୍ରା ୨୫ ଡିଗ୍ରି ରହିଥିବା ବେଳେ ୨୫ ତାରିଖରେ ଏହା ଖସି ୨୨.୨ ଡିଗ୍ରିରେ ପହଞ୍ଚିଥିଲା । ସେହିପରି ୨୬ ତାରିଖରେ ପାରଦ ୨୧.୨ ଡିଗ୍ରିକୁ ଖସିଥିଲା । ଆଉ ଆଜି ଆହୁରି ହ୍ରାସ ପାଇ ୧୭.୪ ଡିଗ୍ରିରେ ପହଞ୍ଚିଛି । ଅର୍ଥାତ ମାତ୍ର ତିନି ଦିନ ମଧ୍ୟରେ ୭.୬ ଡିଗ୍ରି ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । ସକାଳୁ ଘରୁ ବାହାରୁଥିବା ଲୋକେ ଶୀତବସ୍ତ୍ରର ସାହାରା ନେଉଛନ୍ତି । ବିଶେଷକରି ସକାଳେ ଓ ରାତିରେ ଥଣ୍ଡାର ପ୍ରଭାବ ଅଧିକ ଅନୁଭବ ହେଉଛି । ସେପଟେ ଆଗାମୀ ଦିନଗୁଡିକରେ ପାରଦ ଆହୁରି ତଳକୁ ଖସିବାର ସମ୍ଭାବନା ରହିଛି । ତେଣୁ ଆଗକୁ ରାଜଧାନୀରେ ଶୀତର ପ୍ରକୋପ ଆହୁରି ବଢିପାରେ ।










