22.1 C
Bhubaneswar
Thursday, November 26, 2026
Homeଓଡିଶାଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେବ 'କ୍ୟାଣ୍ଡିଡ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍‌'...

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜିତ ହେବ ‘କ୍ୟାଣ୍ଡିଡ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍‌’ କର୍ମଶାଳା

ଭୁବନେଶ୍ୱର ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ତିନି ଦିନିଆ ‘କ୍ୟାଣ୍ଡିଡ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍‌’ କର୍ମଶାଳା ଆୟୋଜିତ ହେବ। ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଏହି କର୍ମଶାଳା ଆୟୋଜିତ ହେବ। ଉକ୍ତ କର୍ମଶାଳାରେ ବିଶିଷ୍ଟ ଫଟୋଗ୍ରାଫର ତଥା ଭିଜୁଆଲ ଆର୍ଟିଷ୍ଟ ଶ୍ରୀ ଦେବୀ ମୁଖାର୍ଜୀ ପ୍ରଶିକ୍ଷଣ ପ୍ରଦାନ କରିବେ। ‘କ୍ୟାଣ୍ଡିଡ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍‌’ କର୍ମଶାଳାରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତିମାନେ ଓଡ଼ିଶା ଲଳିତକଳା ଏକାଡେମୀର ୱେବ୍ସାଇଟ (https://lalitkalaakademiodisha.org/) କୁ ଯାଇ ନଭେମ୍ବର ୨୭ ମଧ୍ୟରାତ୍ର ୧୨.୦୦ ଘଟିକା ପୂର୍ବରୁ ପଞ୍ଜିକରଣ କରିପାରିବେ। କ୍ୟାଣ୍ଡିଡ ଫଟୋଗ୍ରାଫି ଓ କଣ୍ଟେଣ୍ଟ କ୍ରିଏସନ୍‌’ କର୍ମଶାଳାରେ ସର୍ବମୋଟ୍ ୧୨ଟି ମଡ୍ୟୁଲ୍‌ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଫଟୋଗ୍ରାଫିର ବେସିକ୍ କନ୍‌ସେପ୍ଟ ବୁଝାଯିବା ସହ ଷ୍ଟ୍ରିଟ୍ ଓ କ୍ୟାଣ୍ଡିଡ ଫଟୋଗ୍ରାଫି, ଐତିହ୍ୟ ଫଟୋଗ୍ରାଫି, ଡକ୍ୟୁମେଣ୍ଟ୍ରି ଫଟୋଗ୍ରାଫି, ଭିଜୁଆଲ ଷ୍ଟୋରୀ ଟେଲିଙ୍ଗ, ଡିଜିଟାଲ ପ୍ଲାଟଫର୍ମ ପାଇଁ ଭିଡିଓ ପ୍ରସ୍ତୁତ କରିବା, ରିଲ୍ସ ପ୍ରସ୍ତୁତ କରିବା ଏବଂ ଫଟୋ ଓ ଭିଡିଓ ଏଡିଟିଙ୍ଗ ଆଦି ବିଷୟବସ୍ତୁ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏଥିସହ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରାକ୍ଟିକାଲ୍ ଏକ୍ସପୋଜର ପ୍ରଦାନ କରିବା ପାଇଁ ସେମାନଙ୍କୁ ବିଭିନ୍ନ ଗ୍ରୁପ୍‌ରେ ବିଭକ୍ତ କରାଯାଇ ଆସାଇନ୍‌ମେଣ୍ଟ ପ୍ରଦାନ କରାଯିବ। ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଦେବଯାନୀ ଭୂୟାଁ କହିଛନ୍ତି ଯେ, ଆଜିର ଡିଜିଟାଲ ଯୁଗରେ ଯୁବବର୍ଗଙ୍କୁ ଫଟୋଗ୍ରାଫି, ଭିଡିଓଗ୍ରାଫି, କଣ୍ଟେଣ୍ଟ କ୍ରିଏସନ୍‌ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି କର୍ମଶାଳାର ଆୟୋଜନ କରାଯାଉଛି। ଯୁବପିଢ଼ିଙ୍କ ସୃଜନଶୀଳତାର ଅଭିବୃଦ୍ଧି ସହ ସେମାନଙ୍କ ଦକ୍ଷତା ବିକାଶ ଦିଗରେ ଏହି କର୍ମଶାଳା ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଡ଼. ଭୂୟାଁ ମତପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking