28.1 C
Bhubaneswar
Wednesday, November 25, 2026
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡିତ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ଏବଂ ଯାଞ୍ଚ୍ କରିବା ପାଇଁ ସିବିଆଇ ଏବଂ ଇଡିକୁ ନିର୍ଦ୍ଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ କୋର୍ଟ ଖାରଜ କରିଦେଇଛନ୍ତି। କର୍ଣ୍ଣାଟକର ବିଜେପି କର୍ମୀଙ୍କ ଏସ. ଭିଗ୍ନେଶ ଶିଶିର ଏହି ମାମଲା ଦାୟର କରିଥିଲେ। ଅଭିଯୋଗରେ ଦାବି କରାଯାଇଥିଲା ଯେ, ରାହୁଲଙ୍କ ପାଖରେ ତାଙ୍କ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଅଛି। ଅଭିଯୋଗକାରୀ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟଙ୍କ ପକ୍ଷରୁ ସିବିଆଇ ଏବଂ ଇଡିକୁ ଅଭିଯୋଗଗୁଡ଼ିକର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ରାହୁଲ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ। ତାଙ୍କର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ଦେଇଥିଲେ ଯେ, ରାହୁଲଙ୍କ ପକ୍ଷ ନ ଶୁଣି ଏପରି ନିର୍ଦ୍ଦେଶ ଅନୁଚିତ। ସେ ଅଭିଯୋଗକାରୀଙ୍କ ଆବେଦନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ ଅନ୍ତରୀଣ ରାୟ ପ୍ରଦାନ କରି ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣିକୁ ସ୍ଥଗିତ ରଖିଥିଲେ ଏବଂ ସିବିଆଇ ଏବଂ ଇଡିକୁ ହାଇକୋର୍ଟରେ ସେମାନଙ୍କର ରିପୋର୍ଟ ଦାଖଲ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଖଣ୍ଡପୀଠର ନେତୃତ୍ବ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ନେଇଥିଲେ। ଏଥିରେ ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ଭି.ମୋହନା ମଧ୍ୟ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking