27.1 C
Bhubaneswar
Wednesday, November 25, 2026
Homeଓଡିଶାକଟକରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୮ ବସ୍

କଟକରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୮ ବସ୍

କଟକ: ଲିଙ୍କରୋଡରୁ ବାଦାମବାଡି ମଧ୍ୟରେ ଅରୁଣୋଦୟନଗର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଅଞ୍ଚଳର ଏକ ପାର୍କିଂ ସ୍ଥାନରେ ଘଟିଥିବା ଅଗ୍ନିକାଣ୍ଡରେ ଗୋଟିଏ ପରେ ଗୋଟିଏ ବସ ଜଳି ପାଖାପାଖି ୮ଟି ବସ ପୋଡି ଛାରଖାର ହୋଇଯାଇଛି । ଖବର ପାଇ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଓ ବକ୍ସିବଜାର ଦମକଳ କେନ୍ଦ୍ର ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଥିଲେ । ନିଆଁ ଲିଭାଇଲା ବେଳକୁ ବସ ଗୁଡିକର ଇଞ୍ଜିନ ଓ ଲୁହା ବଡି ଛାଡିଦେଲେ ଆଉ ସବୁ ଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ଘରୋଇ ସ୍କୁଲର ୪ଟି ଗାଡି ସମେତ ମୋଟ ୮ଟି ବସ ଜଳି ନଷ୍ଟ ହୋଇଯାଇଥିବାର ସୂଚନା ମିଳିଛି । ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ନିଆଁକୁ ଆୟତ୍ତ କରିଦେବାରୁ ପାର୍କି ସ୍ଥଳରେ ଥିବା ଆଉ ୭ଟି ବସ ବର୍ତ୍ତି ଯାଇଛି । ତେବେ ନିଆଁ କିପରି ଲାଗିଲା, ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking