ଭୁବନେଶ୍ବର: କିଛିଦିନ ହେଲା କମି ଆସୁଥିବା ସୁନା ଦର ଚଳିତ ସପ୍ତାହରେ ପୁଣି ଉପରମୁହାଁ ହୋଇଛି। ୨ ଦିନରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ପାଖାପାଖି ୨୭୦୦ ଟଙ୍କା ମହଙ୍ଗା ହୋଇଛି। ସୋମବାର ୨୪ କ୍ୟାରେଟ୍ ସୁନା ଦରରେ ୧୪୮୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ମଙ୍ଗଳବାର ୧୨୪୦ ଟଙ୍କା ବୃଦ୍ଧି ହୋଇଛି। ଏଥିଯୋଗୁ ୨୪ କ୍ୟାରେଟ୍ ସୁନା ଦାମ୍ ଭୁବନେଶ୍ବର ବଜାରରେ ୧୨୭,୮୦୦ ଟଙ୍କାରେ ପହଞ୍ଚିଛି।ସେହିଭଳି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ଗତକାଲି ୧୩୫୦ ଟଙ୍କା ବଢ଼ିଥିବାବେଳେ ଆଜି ଏଥିରେ ୧୧୫୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ୨୨ କ୍ୟାରେଟ୍ ସୁନା ଦର ୧,୧୭,୧୫୦ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହକ ସାରା ସୁନା ଦର କମିଥିଲା। ଅନ୍ୟପକ୍ଷରେ ରୁପା ଦର ଚଳିତ ସପ୍ତାହର ପ୍ରଥମ ଦୁଇ ଦିନରେ ଅପରିବର୍ତ୍ତିତ ରହିଛି। ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ରୁପା ଦର ଆଜି ୧,୭୫,୦୦୦ ଟଙ୍କା ରହିଛି।










