26.1 C
Bhubaneswar
Monday, November 23, 2026
Homeଓଡିଶାଭୁବନେଶ୍ୱରର ଏକାମ୍ର ହାଟଠାରେ ଗାନ୍ଧୀ ଶିଳ୍ପ ବଜାର ଉଦ୍‌ଘାଟିତ

ଭୁବନେଶ୍ୱରର ଏକାମ୍ର ହାଟଠାରେ ଗାନ୍ଧୀ ଶିଳ୍ପ ବଜାର ଉଦ୍‌ଘାଟିତ

ଭୁବନେଶ୍ବର: ହସ୍ତଶିଳ୍ପ ବିକାଶ ଆୟୁକ୍ତ, ଭାରତ ସରକାରଙ୍କ ତରଫରୁ ଉତ୍କଳିକା ଦ୍ୱାରା ଭୁବନେଶ୍ବରର ଏକାମ୍ର ହାଟ ଠାରେ ଗାନ୍ଧୀ ଶିଳ୍ପ ବଜାର ଆରମ୍ଭ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମଟି ତା ୨୮/୧୧/୨୦୨୬ ପର୍ଯ୍ୟନ୍ତ ଦିନ ୧୦ ଟ। ଠାରୁ ସନ୍ଧ୍ୟା ୯ ଟା ପର୍ଯ୍ୟନ୍ତ ଚାଲିବ । ଏହାର ଶୁଭ ଉଦ୍‌ଘାଟନ ଆଜି ଅତିରିକ୍ତ ଶାସନ ସଚିବ ତଥା ପରିଚାଳନା ନିର୍ଦ୍ଦେଶିକା, ଉତ୍କଳିକା, ଚିନ୍ମୟୀ ବିଶ୍ୱାଳ, ଉପସଭାପତି ଉତ୍କଳିକା ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ସହ ନିର୍ଦ୍ଦେଶକ , ହସ୍ତଶିଳ୍ପ ବିକାଶ ଆଯୁକ୍ତ ଭୁବନେଶ୍ୱର ଶ୍ରୀ ଭୁବନ ଭାସ୍କରଙ୍କର ଉପସ୍ଥିତିରେ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୪୦ ଜଣ ଶିଳ୍ପୀ ଭାଗ ନେଉଛନ୍ତି। ଓଡ଼ିଶା ସମେତ ଝାଡଖଣ୍ଡ, ପଶ୍ଚିମବଙ୍ଗ,ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ବିହାର, ଆସାମ ଭଳି ବିଭିନ୍ନ ରାଜ୍ୟରୁ ଶିଳ୍ପୀମାନେ ଏହି ମେଳାରେ ଭାଗ ନେଉଛନ୍ତି। ଏହି ମେଳାରେ ୩୫ ଲକ୍ଷ ଟଙ୍କାର ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଅଛି । ଏହି ପ୍ରଦର୍ଶନୀ ପରିଦର୍ଶନ କରି ଅଧିକରୁ ଅଧିକ ସାମଗ୍ରୀ କ୍ରୟ କରିବା ସହ ଆମ ହସ୍ତଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking