25.1 C
Bhubaneswar
Saturday, November 21, 2026
Homeଓଡିଶାବାତ୍ୟା ପରବର୍ତ୍ତୀ ମୁକାବିଲା ଅନୁଧ୍ୟାନ କରିଲା ବିଜେଡି ପ୍ରତିନିଧି ଦଳ, ଚାଷୀକୁଳଙ୍କୁ ସହାୟତା ପ୍ରଦାନ ପାଇଁ...

ବାତ୍ୟା ପରବର୍ତ୍ତୀ ମୁକାବିଲା ଅନୁଧ୍ୟାନ କରିଲା ବିଜେଡି ପ୍ରତିନିଧି ଦଳ, ଚାଷୀକୁଳଙ୍କୁ ସହାୟତା ପ୍ରଦାନ ପାଇଁ ଦାବି

ଭୁବନେଶ୍ୱର: ବାତ୍ୟା ଆକୱାନ ପ୍ରଭାବରେ ଲଗାଣ ବର୍ଷା ହୋଇଛି। ପୁରୀରେ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ପୁରୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି।ଶ୍ରୀ ଦାସବର୍ମା କହିଛନ୍ତି ଯେ, ବାତ୍ୟା ‘ଆକବନ୍’ ଆସିବା ଫଳରେ ପୁରୀ ଜିଲ୍ଲା ଚାଷୀ କୁଳର ଅକଥନୀୟ କ୍ଷତି ସାଧିତ ହୋଇଛି। ପୁରୀ ଜିଲ୍ଲା ବିଶେଷ କରି କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର ଓ ଅସ୍ତରଙ୍ଗ ବ୍ଲକରେ ସର୍ବାଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ପୁରୀ ଜିଲ୍ଲାର ୧୧ଟି ବ୍ଲକ ଯଥା ନିମାପଡ଼ା, ପିପିଲି, ଡେ଼ଲାଙ୍ଗ, କଣାସ, ସାକ୍ଷିଗୋପାଳ, କାକଟପୁର, ଗୋପ ବ୍ଲକର ଚାଷୀ ମାନଙ୍କର ଖରିଫ ଧାନ ଫସଲ ଉଜୁଡି ଯାଇଛି। କୃଷ୍ଣ ପ୍ରସାଦ ବ୍ଲକର ରାମଲେଙ୍କା, ବଜ୍ରକୋଟ, ମାଲୁଦ, କୃଷ୍ଣପ୍ରସାଦ ଗଡ଼, ଅଲଣ୍ଡା, ତିତିପ ଗୋମୁଣ୍ଡିଆ, ନୂଆପଡ଼ା, ବଡ଼ଝାଡ଼ ପ୍ରାଥମିକ ସେବା ସମବାୟ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସୋସାଇଟି ଦ୍ଵାରା ପଞ୍ଜିକୃତ ଚାଷୀ ଓ ଅଣ ପଞ୍ଜିକୃତ ଚାଷୀ (ଭାଗ ଚାଷୀ) ଅକଥନୀୟ କ୍ଷୟକ୍ଷତି ଘଟିଛି। କୃଷ୍ଣପ୍ରସାଦ ବ୍ଲକରେ ପ୍ରାୟ ୧୮,୦୦୦ ଚାଷୀଙ୍କ ଫସଲ ସମ୍ପୁର୍ଣ୍ଣ ଉଜୁଡି ଯାଇଥିବା ବେଳେ। ଅମଳ ଅପେକ୍ଷାରେ ଥିବା ଧାନ କେଣ୍ଡା ବାତ୍ୟା ‘ଆକବାନ୍’ ପ୍ରଭାବରେ ବିଲରେ ପ୍ରବଳ ବର୍ଷା ଯୋଗୁଁ ଓ ଝଡ଼ ଯୋଗୁଁ ଧାନ ବିଲରେ ଶୋଇ ଯାଇଛି। କୃଷ୍ଣପ୍ରସାଦ ବ୍ଲକର ଉପରୋକ୍ତ ୮ଟି ସେବା ସମବାୟ ସମିତିର ଚାଷୀ କୁଳ ଚଳିତ ଖରିଫ ଉତ୍ପାଦନରୁ ସମ୍ପୁର୍ଣ୍ଣ ବଞ୍ଚିତ ହୋଇଛନ୍ତି। କେଉଁଟି ବିଲରେ ଧାନ କେଣ୍ଡା ପ୍ରବଳ ବର୍ଷା ଓ ପବନ ମାଡ଼ରେ ଗଜା ଓ ଅଗାଡି ହୋଇଯିବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି।

ପୁରୀ ଜିଲ୍ଲାର ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବାର ସରକାରୀ ଭାବରେ କୁହାଯାଉଥିବା ବେଳେ ଏହାଠାରୁ ଅଧିକ ପରିମାଣରେ ଭାଗଚାଷୀ, କ୍ଷୁଦ୍ର ନାମମାତ୍ର ଚାଷୀ ଓ ସେବା ସମବାୟ ସମିତି ଦ୍ଵାରା ପଞ୍ଜିକୃତ ନ ହୋଇଥିବା ଚାଷୀଙ୍କ ଚାଷର ପରିମାଣ ଯଥେଷ୍ଟ ଅଧିକ। ପୁରୀ ଜିଲ୍ଲା ରେ ପ୍ରାୟ ୧ ଲକ୍ଷ ୭୫ ହଜାର କୃଷକ ଏବଂ କୃଷି ଯିବି ପରିବାର ଧାନ ଏବଂ ରବି ଫସଲ ଉପରେ ନିର୍ଭର କରନ୍ତି। ପୁରୀ ଜିଲ୍ଲାରେ ଧାନ ଏବଂ ରବି ଫସଲ ଚାଷୀ କୁଳର ଏକମାତ୍ର ଅର୍ଥନୀତି। ଏହି ଫସଲ ଉତ୍ପାଦନ କଲେ ଚାଷୀ ଝିଅ ବାହାଘର ଠୁ ଆରମ୍ଭ କରି ପିଲାଙ୍କ ପାଠପଢା ଖର୍ଚ୍ଚ ଏବଂ ରୋଷେଇ ଘରୁ ଆରମ୍ଭ କରି ଔଷଧ ଖର୍ଚ୍ଚର ଗୁଜୁରାଣ ମେଣ୍ଟାଇ ଥାଏ। ବାତ୍ୟା ‘ଆକବନ୍’ ଫଳରେ ପୁରୀ ଜିଲ୍ଲାର ଚାଷୀ କୁଳର ସୋପ୍ନ ସମ୍ପୁର୍ଣ୍ଣ ଭୁଷୁଡି ଜାଇଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପର୍ଣ୍ଣ କ୍ଷୟକ୍ଷତି ର ଆକଳନ କରି ପୁରୀ ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୩ ଟି ପୈାରାଞ୍ଚଳର ଚାଷୀ କୁଳର କ୍ଷୟକ୍ଷତି କ୍ଷେତ୍ରିୟ ସ୍ତରରେ ଆକଳନ କରି ରିଲିଫ କୋଡ଼କୁ ଆଳ ନକରି ପର୍ଯ୍ୟାପ୍ତ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ। ଚଳିତବର୍ଷ ବାତ୍ୟା ‘ଆକବନ୍’ ଦ୍ଵାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ସମସ୍ତ କୃଷି ଋଣ ଛାଡ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking