ଭୁବନେଶ୍ୱର: ବାତ୍ୟା ଅକଭାନର ପ୍ରଭାବରେ ଭୁବନେଶ୍ୱରରେ ଲଗାଣ ବର୍ଷା। ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ପାଣି ଘେରରେ ରହି ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଗଙ୍ଗୁଆ ଅଞ୍ଚଳର ୧୮ ନମ୍ବର ବସ୍ତିର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଏହି ସ୍ଥାନାନ୍ତର ପ୍ରକ୍ରିୟାରେ ନିଜେ ସାମିଲ ହୋଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସ୍ଥାନାନ୍ତରିତ ଲୋକଙ୍କୁ ପନ୍ଦର ନମ୍ବର ସ୍କୁଲରେ ରଖାଯାଇଥିବା ବେଳେ ସେଠାରେ ରନ୍ଧା ଖାଦ୍ୟ ସହ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମେୟର। ଏଥିସହ ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।ଅନ୍ୟପଟେ, ଗଙ୍ଗୁଆ ନାଳ ବସ୍ତିରେ ରହୁଥିବା ଆଉ ୧୪ଟି ପରିବାରକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି। ବାତ୍ୟା ଅକଭାନ୍ର ପ୍ରଭାବ ଓ ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ରିଲିଫ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।









