ଭୁବନେଶ୍ୱର: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୂଳ ନିର୍ଦ୍ଦେଶାବଳୀର ମାନଦଣ୍ଡ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୂଳ ନିର୍ଦ୍ଦେଶାବଳୀର ମାନଦଣ୍ଡ ଗୁଡିକ କଣ ଥିଲା, କେଉଁ କାରଣରୁ ୩ ଟି ପର୍ଯ୍ୟାୟରେ ଏହି ଚୟନ ପ୍ରକ୍ରିୟାର ନୀତି ନିୟମକୁ ବାରମ୍ବାର ପରିବର୍ତ୍ତନ କରାଗଲା । କଟକରେ ଏହି ୩ଟି ଫେଜରେ କେଉଁ ବ୍ଲକର କେଉଁ ବିଦ୍ୟାଳୟଗୁଡିକୁ ଚୟନ କରାଯାଇଛି ଏବଂ ସେହି ସ୍କୁଲଗୁଡିକର ଛାତ୍ରଛାତ୍ରୀ ସଂଖ୍ୟା, ଜମି ପଟ୍ଟା, ଭୌଗୋଳିକ ଅବସ୍ଥିତି, ଏବଂ ମୂଳ ଗାଇଡଲାଇନ ଅନୁଯାୟୀ, ଯୋଗ୍ୟତା ଥିଲା କି ନାହିଁ ତାହାର ବିବରଣୀ କରିବେ ଦେବେ କି । ଅଯୋଗ୍ୟ ସ୍କୁଲକୁ ରାଜନୈତିକ ସୁପାରିଶରେ ସାମିଲ କରିବା ଭଳି ପାତରଅନ୍ତର ନୀତି ସରକାରଙ୍କ ଦୃଷ୍ଟିଗୋଚର ହୋଇଛି କି । ଯଦି ହଁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅନିୟମିତତା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ଏବଂ ପ୍ରକୃତ ଯୋଗ୍ୟ ବିଦ୍ୟାଳୟଗୁଡିକୁ ପୁନର୍ବାର ସାମିଲ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି , ଗୋଦୀବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ମୂଳ ନିର୍ଦ୍ଦେଶାବଳୀ ପରିଶିଷ୍ଟ କ ରେ ଦିଆଯାଇଛି । ଅଦ୍ୟାବଧି ଫେଜ-୧, ଫେଜ-୨, ଫେଜ -୩ ରେ ଯଥାକ୍ରମେ ୧୧୮, ୨୦୪ ଓ ୭୧୬ ଗୋଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ମଞ୍ଜୁର କରାଯାଇଛି । ଉକ୍ତ ସ୍କୁଲଗୁଡିକର ଛାତ୍ରଛାତ୍ରୀ ସଂଖ୍ୟା , ଜମି ପଟ୍ଟା ଉପଲବ୍ଧ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ପରିଶିଷ୍ଟ ଗରେ ପ୍ରଦାନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାରେ ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ, ଜିଲ୍ଲାର ଅନ୍ୟ ବିଦ୍ୟାଳୟଗୁଡିକରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ।










