ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ବାତ୍ୟା “ଅକୱାନ” ର ମୁକାବିଲା ଓ ଗଞ୍ଜାମ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମଧ୍ୟରାତ୍ରିରେ ବ୍ରହ୍ମପୁରରେ ପହଞ୍ଚି ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ, ଗଜପତି ନଗରଠାରେ ଏକ ଜରୁରୀକାଳୀନ ବୈଠକ କରିଥିଲେ।ଏହି ବୈଠକରେ ସମସ୍ତ ବିଜୁ ଜନତା ଦଳର ନେତା, କର୍ମୀ ଓ ବିଭିନ୍ନ ସଂଗଠନର ସଦସ୍ୟମାନଙ୍କୁ ବାତ୍ୟା ପରିସ୍ଥିତିରେ ସଜାଗ ଓ ସତର୍କ ରହିବା ସହ ଜନସାଧାରଣଙ୍କ ସହାୟତା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ଏଥିସହ ଗଞ୍ଜାମ ଜିଲ୍ଲାରେ ବାତ୍ୟାଜନିତ ସମସ୍ୟା ଓ ଜନସାଧାରଣଙ୍କ ସହାୟତା ପାଇଁ ଗଠିତ ଟେଲିଫୋନିକ୍ ସପୋର୍ଟ ଟିମ୍ର କାର୍ଯ୍ୟକୁ ମଧ୍ୟ ସେ ତଦାରଖ କରିଥିଲେ।ଏହି ସମୟରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ଷ୍ଟେଟ୍ ପେନାଲିଷ୍ଟ ଶ୍ରୀ ତୁମ୍ଭନାଥ ପଣ୍ଡା ଉପସ୍ଥିତ ଥିଲେ। ବୈଠକରେ ଶ୍ରୀ ପ୍ରତାପ ଜେନା ସମସ୍ତଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା, ପରିସ୍ଥିତି ଉପରେ ନଜର ରଖିବା ଓ ଜନସାଧାରଣଙ୍କ ସହ ରହି ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ଅନୁରୋଧ କରିଥିଲେ।ଜନସାଧାରଣଙ୍କ ସୁରକ୍ଷା ଓ ସେବା ହିଁ ଆମର ପ୍ରାଥମିକତା।










