23.1 C
Bhubaneswar
Friday, November 20, 2026
Homeଓଡିଶାକଟକରେ ୭୭ ହଜାର ୪୯୨ ଜଣ ହିତାଧିକାରୀ ସହାୟତା ରାଶି ପାଉଛନ୍ତି: ମନ୍ତ୍ରୀ

କଟକରେ ୭୭ ହଜାର ୪୯୨ ଜଣ ହିତାଧିକାରୀ ସହାୟତା ରାଶି ପାଉଛନ୍ତି: ମନ୍ତ୍ରୀ

ଭୁବନେଶ୍ୱର: ଭତ୍ତା ପ୍ରଦାନ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡକୁ ପ୍ରଶ୍ନ ପଚାରିଛନ୍ତି ଯେ, ରାଜ୍ୟରେ କେଉଁ ଜିଲ୍ଲାରେ ବର୍ତ୍ତମାନ କେତେ ସଂଖ୍ୟକ ଯୋଗ୍ୟ ବୃଦ୍ଧବୃଦ୍ଧା ନିୟମିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ଭତ୍ତା ଆବେଦନ ପାଇଁ ସରକାରଙ୍କ ତରଫରୁ ଉପଲବ୍ଧ ଅନଲାଇନ ଆଇଡିକୁ କେବେଠାରୁ କେଉଁ କାରଣ ପାଇଁ ଲୋକମାନେ ଦେଖିପାରୁନାହାନ୍ତି , ଏହାର କାରଣ କଣ । ଆଇଜିଏନଓପି ଅଧୀନରେ କଟକ ଜିଲ୍ଲାର କେଉଁ ବ୍ଲକର କେତେ ହିତାଧିକାରୀ ଏହି ଯୋଜନାରେ ସହାୟତା ରାଶି ପାଉଛନ୍ତି । ସେମାନଙ୍କ ଖାତାକୁ ଦୀର୍ଘ ୪ ମାସ ହେବ ସେମାନଙ୍କ ଭତ୍ତା ପହଞ୍ଚି ନଥିବା ଖବର ସତ କି । ଯଦି ହଁ ଏହାର ଉତ୍ତର ଦାୟୀ କିଏ । ଆହୁରି ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ଭତ୍ତା ଠିକ ସମୟରେ ନ ମିଳିବାରୁ ଏ ଯାଏ କେତେ ହିତାଧିକାରୀ ମୃତ୍ୟୁବରଣ କରିଲେଣି । ସୋମାନଙ୍କ ପରିବାରକୁ ସରକାର ତରଫରୁ କି ସହାୟତା ପ୍ରାଦନ କରିଛନ୍ତି ।

ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପଙ୍କ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ମାସରେ ୫ ଲକ୍ଷ ୫ ହଜାର ୮୧୭ ଜଣ ଯୋଗ୍ୟ ଅପେକ୍ଷାରତ ଭତ୍ତା ଆବେଦନକାରୀଙ୍କୁ ଭତ୍ତା ମଞ୍ଜୁର ଏବଂ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ଭତ୍ତା ହିତାଧିକାରୀଙ୍କୁ ସାଚୁୁରେସନ ମୋଡରେ ଆବେଦନର ପର ମାସ ଠାରୁ ପେନସନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଆଇଜିଏନଓଏପି ଅଧୀନରେ କଟକ ଜିଲ୍ଲାରେ ମୋଟ ୭୭ ହଜାର ୪୯୨ ଜଣ ହିତାଧିକାରୀ ଏହି ଯୋଜନାରେ  ସହାୟତା ରାଶି ପାଉଛନ୍ତି । ସେମାନଙ୍କ ଖାତାକୁ ଦୀର୍ଘ ୪ ମାସ ହେବ ଭତ୍ତା ନ ପହଞ୍ଚିବା କଥା ସତ ନୁହେଁ । ହିତାଧିକାରୀଙ୍କୁ ସମସ୍ତ ବକେୟା ରାଶି ପ୍ରଦାନ କରାଯାଉଛି । ରାଜ୍ୟରେ ଭତ୍ତା ଠିକ ସମୟରେ ନ ମିଳିବାରୁ ହିତାଧିକାରୀ ମୃତ୍ୟୁବରଣ ଜନିତ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ । ମଧୁବାବୁ ପେନସନ ଯୋଜନାରେ ପ୍ରତ୍ୟେକ ମାସର ୧୫ ତାରିଖରେ ପ୍ରଦାନ କରାଯାଉଛି । ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପ୍ରତ୍ୟେକ ମାସର ନିର୍ଦ୍ଦିଷ୍ଟ ତାରିଖରେ ଭତ୍ତା ରାଶି ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସରକାର ରାଜ୍ୟ ଅଂଶ ବାବଦ ଟଙ୍କା ନଗଦ ଆକାରରେ ଜନସେବା ଦିବସ ଦିନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଂଶ ବାବଦ ଭତ୍ତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଡିବିଟି ମାଧ୍ୟମରେ ଜମା ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking