ଗଂଜାମ: ତାରାତାରିଣୀ ପୀଠ ରାସ୍ତାରେ ଭୂସ୍ଖଳନ। ମନ୍ଦିର ପାହାଡ଼ ରାସ୍ତାରୁ ଖସିଲା ପଥର । ପଥର ଓ ଗଛ ଭାଙ୍ଗି ପାହାଡ଼ ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହୋଇଛି।ପଥର ଖସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାରାତାରିଣୀ ମନ୍ଦିର ପାହାଡ଼ ରାସ୍ତାରେ ଯିବା ନିମନ୍ତେ କଟକଣା ଜାରି କରିଛି । କାହାରିକୁ ମଧ୍ୟ ସେହି ରାସ୍ତା ଦେଇଇପାହାଡ଼ ଉପରକୁ ଯିବାକୁ ଦିଆଯାଉନାହିଁ ।ଘଟଣାସ୍ଥଳରେ ପ୍ରଶାସନ ଓ ପୋଲିସ ପହଞ୍ଚିଛି ।ବାତ୍ୟା ପ୍ରଭାବରେ ଏହିସବୁ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳ ଜମିବା ଏବଂ ଯାତାୟାତରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ପାଣିପାଗ ସ୍ଥିତି ଉପରେ ନଜର ରଖିବା ସହ ପ୍ରଶାସନର ସତର୍କ ସୂଚନା ମାନିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।










