ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକବାନ’ର ସମ୍ଭାବ୍ୟ ଗତିପଥରେ ପରିବର୍ତ୍ତନ ହୋଇ ଆସନ୍ତା କାଲି ୨୦ ତାରିଖ ମଧ୍ୟାହ୍ନରେ ଏହା ଭୀଷଣ ବାତ୍ୟା ରୂପରେ ଆନ୍ଧ୍ରର ଓ ଓଡ଼ିଶାର ପୁରୀ ମଧ୍ୟରେ, ବିଶେଷ କରି ଗୋପାଳପୁର ଅଞ୍ଚଳରେ, ଉପକୂଳ ଅତିକ୍ରମ କରିପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷାର ଆଶଙ୍କା ସୃଷ୍ଟି ହୋଇଛି। ଏହି ବାତ୍ୟା ଓ ବର୍ଷାଜନିତ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବାରେ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ନିମ୍ନରେ ପ୍ରଦତ୍ତ ତାଲିକା ଅନୁସାରେ ଏକ କମିଟି ଗଠନ କରିଛନ୍ତି।
ଶ୍ରୀ ତାରାପ୍ରସାଦ ବାହିନୀପତି, ବିଧାୟକ : ଅଧ୍ୟକ୍ଷ
ଶ୍ରୀ ସିଦ୍ଧାର୍ଥ ସ୍ବରୂପ ଦାଶ, ପିସିସି କୋଷାଧ୍ୟକ୍ଷ : ଆବାହକ
ଡା. ସିଏସ ରାଜନ ଏକ୍କା, ସିଏଲପି ମୁଖ୍ୟ ସଚେତକ : ସଦସ୍ୟ
ଶ୍ରୀ ଅଶୋକ ଦାସ, ସିଏଲପି ଉପନେତା : ସଦସ୍ୟ
ଶ୍ରୀ ଶୁଭେନ୍ଦୁ ମହାନ୍ତି, ପିସିସି ସେବାଦଳ ଅଧ୍ୟକ୍ଷ : ସଦସ୍ୟ
ଶ୍ରୀ ବିଭୂତି ଭୂଷଣ ମହାପାତ୍ର, ରାଜ୍ୟ ଛାତ୍ରକଂଗ୍ରେସ ସଭାପତି : ସଦସ୍ୟ
ଶ୍ରୀ ଦେବକାନ୍ତ ଶର୍ମ୍ମା, ସାଂସଦ ପ୍ରାର୍ଥୀ : ସଦସ୍ୟ
ଶ୍ରୀ ପ୍ରଦୀପ ମହାପାତ୍ର, ପିସିସି ସାଧାରଣ ସଂପାଦକ (ପ୍ରଟୋକଲ) : ସଦସ୍ୟ
ଶ୍ରୀ ସତ୍ୟଜିତ ପଟ୍ଟନାୟକ, ପିସିସି ସାଧାରଣ ସଂପାଦକ : ସଦସ୍ୟ
ଶ୍ରୀ ମନୋରଂଜନ ଦାସ, ପିସିସି ଓ୍ବାର୍-ରୁମ ଅଧ୍ୟକ୍ଷ
ଶ୍ରୀ ତରୁଣ ମିଶ୍ର, ପିସିସି ସାଧାରଣ ସଂପାଦକ, ସଦସ୍ୟ
ଶ୍ରୀ ପ୍ରକାଶ ମିଶ୍ର, ପିସିସି ସାଧାରଣ ସଂପାଦକ, ସଦସ୍ୟ
ଶ୍ରୀମତୀ ଉଷା ବେହେରା, ପିସିସି ସାଧାରଣ ସଂପାଦକ : ସଦସ୍ୟା
ଶ୍ରୀ ମିହିର ଆଚାର୍ଯ୍ୟ, ପିସିସି ସଂପାଦକ : ସଦସ୍ୟ
ଶ୍ରୀମତୀ ଜୟଶ୍ରୀ ପାତ୍ର, ପିସିସି ମୁଖପାତ୍ର : ସଦସ୍ୟା
ସଂପୃକ୍ତ ଜିଲ୍ଲାଗୁଡ଼ିକର ଡିସିସି ସଭାପତିମାନେ ଆଜି ହିଁ ନିଜନିଜ ଜିଲ୍ଲାର ସେବାଦଳ ଓ ଛାତ୍ରକଂଗ୍ରେସ ଟିମ୍ ସହିତ ବସି ସ୍ଥାନୀୟ ଲୋକମାନଙ୍କୁ କିପରି ନିରାପଦ ରଖିବା ଦିଗରେ ସହଯୋଗ କରାଯାଇପାରିବ, ସେଥିପାଇଁ ତୁରନ୍ତ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜନ କରିବା ଦିଗରେ ପଦକ୍ଷେପ ନେବାପାଇଁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଜିଲ୍ଲାଗୁଡ଼ିକ ଦାୟିତ୍ବରେ ଥିବା ପିସିସି ଲୋକସଭା-ଇନଚାର୍ଜ, ଭିପି-ସାଧାରଣ ସଂପାଦକ ଓ ସଂପାଦକମାନେ ନିଜନିଜ ଅଞ୍ଚଳକୁ ଆଜି ହିଁ ଯିବାପାଇଁ କୁହାଯାଇଛି। ସେମାନେ ନିଜନିଜ ଜିଲ୍ଲା କମିଟିଗୁଡ଼ିକ ସହ ମିଶି କିପରି ଅଧିକରୁ ଅଧିକ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀ ପହଞ୍ଚି ପ୍ରଭାବିତ ହେବାକୁ ଥିବା ଲୋକଙ୍କର ସେବା କରିପାରିବେ ସେ ନେଇ ବ୍ୟାପକ ପ୍ରସ୍ତୁତି କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଉପରୋକ୍ତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦାସ ସ୍ବତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସହ କଥା ହୋଇ ପିସିସି ଓ ଡିସିସିର ଓ୍ବାର୍-ରୁମ୍ଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ। ଶ୍ରୀ ପାଟିଲ ଏ ବିଷୟରେ ସଂପୃକ୍ତ ଅଧିକାରୀମାନଙ୍କୁ ଜଣାଇବେ ବୋଲି ସମ୍ମତ ହୋଇଥିଲେ। ଡିସିସି ସଭାପତିମାନେ ନିଜନିଜ ଜିଲ୍ଲାର ବ୍ଲକ୍ ସଭାପତି ଓ ଅନ୍ୟ କର୍ମକର୍ତ୍ତା ତଥା ଛାତ୍ରକଂଗ୍ରେସ ଓ ସେବାଦଳର କର୍ମୀମାନଙ୍କୁ ନେଇ ସ୍ବେଚ୍ଛାସେବୀ ବାହିନୀ ଗଠନ କରିବେ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବାତ୍ୟାବନ୍ୟା ପରିଚାଳନା ଓ ମୁକାବିଲା ଦାୟିତ୍ବରେ ଥିବା ଅଧିକାରୀମାନେ ଯେପରି ଚବିଶ ଘଣ୍ଟା ତତ୍ପର ରହନ୍ତି ଓ ପ୍ରଶାସନର କଣ୍ଟ୍ରୋଲ ରୁମ୍ଗୁଡ଼ିକ ଯେପରି ସବୁବେଳେ କ୍ରିୟାଶୀଳ ରହନ୍ତି, ଡିସିସିର କଣ୍ଟ୍ରୋଲ ରୁମ୍ଗୁଡ଼ିକୁ ସେ ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଦାସ କହିଥିଲେ। ମାଲକାନଗିରି, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଖୋର୍ଧାର ଡିସିସି ସଭାପତି ଓ ସମସ୍ତ ପିସିସି ଇନ୍-ଚାର୍ଜ ମାନଙ୍କ ସହ ଶ୍ରୀ ଦାସ ଏକ ଆଭାସୀ ବୈଠକରେ ଏକାଠି ହୋଇ ସମସ୍ତ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। ଗତ ଦୁଇମାସ ତଳେ ଉପକୂଳ ଜିଲ୍ଲାମାନଙ୍କରେ ତଥା ଗତ ଦୁଇ ସପ୍ତାହ ତଳେ ଗଂଜାମରେ ବାତ୍ୟାବନ୍ୟା ବେଳେ ଲୋକେ ଯେପରି ସରକାର ଓ ପ୍ରଶାସନର ଅଚଳାବସ୍ଥା ପାଇଁ ନିଃସହାୟ ହୋଇଗଲେ, କଂଗ୍ରେସ କଣ୍ଟ୍ରୋଲ ରୁମ୍ଗୁଡ଼ିକ ଏ ଥର ଆଉ ସେଭଳି ହେବାକୁ ଦେବେନାହିଁ ବୋଲି ଶ୍ରୀ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି।










