ଭୁବନେଶ୍ୱର: ଆସିଲା ଯୁକ୍ତ ୨ ପରୀକ୍ଷା ସୂଚୀ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଆସିଲା ପରୀକ୍ଷା ସୂଚୀ । ଫେବୃଆରୀ ୧୬ରୁ ମାର୍ଚ୍ଚ ୧୮ ଯାଏଁ ଚାଲିବ ଯୁକ୍ତ ୨ ପରୀକ୍ଷା । ଦିନ ୧୦ଟାରୁ ଗୋଟିଏ ସିଟିଂରେ ହେବ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ସେହିପରି ସୂଚୀରେ ଉଲ୍ଲେଖ କରାଯାଇଛ ଯେ, ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ଜାନୁଆରୀ ୧୬ ତାରିଖ ଯାଏଁ ଚାଲିବ । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ । ପରୀକ୍ଷା ଆରମ୍ଭର ୩୦ ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ୧୫ ମିନିଟ ପୂର୍ବରୁ ହଲରେ ବା ନିଜ ସିଟରେ ବସିବେ ଛାତ୍ରଛାତ୍ରୀ । କିପରି ପରୀକ୍ଷା ତ୍ରୁଟିଶୂନ୍ୟ , ନିରପେକ୍ଷ ହେବା ପାଇଁ ସିସିଟିଭି ଚାରିଆଡେ ଲଗାଯାଇଛି ।ଖୁବଶୀଘ୍ର ୪୫ ଦିନ ଭିତରେ ଫଳାଫଳ ପ୍ରକାଶ କରିବା ନେଇ ଉଚ୍ଚ ମାଧ୍ୟମିକ ପରିଶଦ ଲକ୍ଷ ରଖିଛି ।










