22.1 C
Bhubaneswar
Thursday, November 19, 2026
Homeଓଡିଶାଖଟିଆରେ ବୃଦ୍ଧଙ୍କୁ ବୋହିନେଲେ କଲେକ୍ଟର- ଏସପି

ଖଟିଆରେ ବୃଦ୍ଧଙ୍କୁ ବୋହିନେଲେ କଲେକ୍ଟର- ଏସପି

ଜଗତସିଂହପୁର: ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ତତ୍ପରତାକୁ ନେଇ ଚର୍ଚ୍ଚା। ନିଜେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବିପନ୍ନଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ଜିଲ୍ଲାପାଳ ଓ SP। ଅସହାୟ ଲୋକଙ୍କୁ ଖଟିଆ ସାହାଯ୍ୟରେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଜେ ନେଇ ଯାଉଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଓ SP । ଜଗନ୍ନାଥପୁରସ୍ଥିତ କଣ୍ଟାପଡ଼ା ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ନିଆଯାଉଛି ଲୋକଙ୍କୁ।ଏଥିରେ ୮୫ ବର୍ଷୀୟ ବୃଦ୍ଧ ଓ ୭୦ ବର୍ଷୀୟା ବୃଦ୍ଧାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନିଆଯାଇଛି। କେହି ଯେପରି ବିପଦରେ ନ ପଡ଼ନ୍ତି, ସେଥିପାଇଁ ପ୍ରଶାସନ ପ୍ରୟାସ ଜାରି ରଖିଛି। ସୁରକ୍ଷା ନିର୍ଦ୍ଦେଶ ମାନିବା ସହ ନିର୍ଦ୍ଧାରିତ ଆଶ୍ରୟସ୍ଥଳୀକୁ ଯିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking