ଭୁବନେଶ୍ୱର: ବାତ୍ୟା ଅକଭାନକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା । ସୂଚନା ଦେଇ କହିଛନ୍ତି, ପର୍ଯ୍ୟଟନସ୍ଥଳ ଉପରେ ନିରନ୍ତର ନଜର ରଖାଯାଇଛି । ଚିଲିକା, ସାତପଡା ଭଳି ପର୍ଯ୍ୟଟନସ୍ଥଳଗୁଡିକୁ ଯେମିତି ଲୋକମାନେ ନ ଯିବେ ସେସବୁ ଉପରେ ନଜର ରଖାଯାଇଛି । ୭୨ ହଜାର ଲୋକ, ୯ ହଜାର ୧୦୦ ଗର୍ଭବତୀ ସ୍ଥାନାନ୍ତରିତ ହୋଇଛନ୍ତି । କନ୍ଧମାଳରେ ୩୧୦୦, ଗଜପତିରେ ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଜପତି, କନ୍ଧମାଳ, ଗଞ୍ଜାମରେ ଚିହ୍ନଟ ଭୂସ୍ଖଳନ ଅଂଚଳରୁ ସ୍ଥାନାନ୍ତରିତ କରାଯାଇଛି । ରେଳ ଚଳାଚଳ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ଅନେକ ଟ୍ରେନର ସମୟ ପରିବର୍ତ୍ତନ ହୋଇଛି । କିଛି ବାତିଲ କରାଯାଇଛି । ଗୋପାଳପୁର ବନ୍ଦର ସହ ଆଲୋଚନା ହୋଇଛି । ଜାହାଜ ଗୁଡିକର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ବିଭିନ୍ନ ଡ୍ୟାମର ୨୩ଟି ଗେଟ ଖୋଲାଯାଇଛି କହିଛନ୍ତି ଅନୁ ଗର୍ଗ । ଡିଜି ସେଟ ଓ ଅତିରିକ୍ତ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି । ଜଳ ସମ୍ପଦ ତରଫରୁ ପ୍ରତି ମୂହୁର୍ତ୍ତରେ ଡ୍ୟାମର ମନିଟରିଂ କରାଯାଉଛି । ଏହା ପୂର୍ବରୁ ଖାଦ୍ୟ, ମେଡିସିନ, ଜଳ , ପେଟ୍ରୋଲ , ଡିଜେଲର ବ୍ୟବସ୍ଥା କରାଯାଇଛି । ଯେପରିକି ଅଞ୍ଚଳବାସୀ ଏହି ସବୁ ସମସ୍ୟାର ପ୍ରଭାବିତ ନହୁଅନ୍ତୁ । ଅଞ୍ଚଳବାସୀଙ୍କ ନଜର ରଖିବା ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।










