21.1 C
Bhubaneswar
Thursday, November 19, 2026
Homeଓଡିଶାନଭେମ୍ବର ୧୯ରୁ ୨୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ନଭେମ୍ବର ୧୯ରୁ ୨୧ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ଭୁବନେଶ୍ୱର: ବାତ୍ୟା ଅକଭାନକୁ ନେଇ ସତର୍କ ପ୍ରଶାସନ । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ତିନିଦିନ ପାଇଁ ବନ୍ଦ ହେଲା ଭିତରକନିକା । ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଛି । ଏହି ସମୟରେ ନୌଯାତ୍ରା ଉପରେ ଲାଗିଛି କଟକଣା । ଏପରିକି ରାତ୍ରିଯାପନ ପାଇଁ ପୂର୍ବରୁ ହୋଇଥିବା ସମସ୍ତ ବୁକିଂକୁ ମଧ୍ୟ ବାତିଲ କରାଯାଇଛି ରାଜନଗର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ବାତ୍ୟା ଅକଭାନକୁ ନେଇ ବଢିଛି ସତର୍କତା । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ୍ଦ ରଖାଯାଇଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ନଭେମ୍ବର ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପର୍ଯ୍ୟଟକଙ୍କୁ ଭିତରକନିକା ଯିବାକୁ ଅନୁମତି ମିଳିବ ନାହିଁ । ଏହି ତିନିଦିନ ଭିତରକନିକାରେ ସମସ୍ତ ପ୍ରକାର ନୌଯାତ୍ରାକୁ ବାରଣ କରାଯାଇଛି । ନଦୀ ଓ ଜଳପଥରେ ଡଙ୍ଗା କିମ୍ବା ବୋଟ ଯୋଗେ ପର୍ଯ୍ୟଟକଙ୍କ ଯାତାୟତ ରହିବ । ଏଥିସହ ରାତ୍ରିଯାପନ ପାଇଁ ପୂର୍ବରୁ କରାଯାଇଥିବା ସମସ୍ତ ବୁକିଂକୁ ବାତିଲ କରାଯାଇଛି । ବାତ୍ୟା ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ସହିତ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ବନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜନଗର ବନଖଣ୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ତେବେ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବାତ୍ୟାର ସ୍ଥିତି ଏବଂ ପରିସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking