21.1 C
Bhubaneswar
Thursday, November 19, 2026
Homeଓଡିଶା ବାତ୍ୟା ଅକୱାନ: ପୁଣି ୩ ଆଇଏଏସଙ୍କୁ ୩ ଜିଲ୍ଲା ଦାୟିତ୍ୱ

 ବାତ୍ୟା ଅକୱାନ: ପୁଣି ୩ ଆଇଏଏସଙ୍କୁ ୩ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବାତ୍ୟା ଅକୱାନ ନେଇ ଆଲର୍ଟ ପ୍ରଶାସନ । ଏନେଇ ପୁଣି ୩ ଜିଲ୍ଲା ପାଇଁ ୩ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଆଇଏଏସ ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଦିଆଯାଇଛି । ବାଲେଶ୍ୱର ଓ ମୟୁରଭଞ୍ଜ ଦାୟିତ୍ୱରେ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ଦକ୍ଷିଣାଞ୍ଚଳ ଆରଡିସି ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଦାୟିତ୍ୱରେ ଅଛନ୍ତି ଦକ୍ଷିଣାଞ୍ଚଳ ଆରଡିସି ବିଜୟ ଅମୃତା କୁଲାଙ୍ଗେ । ଅନ୍ୟପଟେ ଗତକାଲି ମଧ୍ୟ ୧୨ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସାମ୍ପ୍ରତିକ ବାତ୍ୟା ପରିସ୍ଥିତିରେ ରାଜ୍ୟରେ ଜରୁରୀକାଳୀନ ପ୍ରଶାସନିକ ଆବଶ୍ୟକତା ତଥା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଏହି ଅବଧି ମଧ୍ୟରେ ଛୁଟିରେ ଥିବା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି। ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ୱ ନିର୍ବାହରେ ସଜାଗ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking