23.1 C
Bhubaneswar
Thursday, November 19, 2026
Homeଓଡିଶାଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱରରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଭାବନୀୟ ଘଟଣା । ନିଜ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଜଣେ ଯୁବତୀ । ଇନଫୋସିଟି ଥାନା ଅନ୍ତର୍ଗତ ପଥରଗାଡିଆ ଅଞ୍ଚଳରେ ମଙ୍ଗଳବାର ରାତିପ୍ରାୟ ୧୦ଟା ୩୦ ମିନିଟରେ ଏହି ଘଟଣା ଘଟିଛି . ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ପୁରୁଷ ବନ୍ଧୁଙ୍କ ସହ ଯୁବତୀଙ୍କ ବଚସା ହୋଇଥିଲା । ବଚସା ଉଗ୍ର ରୂପ ନେବା ପରେ ଯୁବତୀ ଜଣକ ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡିଯାଇଥିବା ସୂଚନା ମିଳିବା ପରେ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ବିବାଦ ଏହି ଘଟଣାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଘଟଣା ପଛର ପ୍ରକୃତ କାରଣ କଣ, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking