24.1 C
Bhubaneswar
Tuesday, November 17, 2026
Homeଓଡିଶାଛତିଶଗଡ଼ରୁ ଓଡ଼ିଶା ଆସିଛି ମହାବଳ !

ଛତିଶଗଡ଼ରୁ ଓଡ଼ିଶା ଆସିଛି ମହାବଳ !

ସମ୍ବଲପୁର: ଦେବ୍ରିଗଡ଼ରେ ଠାବ ହୋଇଥିବା ଅଣ୍ଡିରା ବାଘର ପରିଚୟ ସ୍ପଷ୍ଟ କଲା NTCA । ଛତିଶଗଡ଼ରୁ ଆସିଥିବା ନେଇ ମିଳିଲା ପ୍ରମାଣ । ଏନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଡେବ୍ରିଗଡ଼ ଅଭୟରଣ୍ୟ କର୍ତୃପକ୍ଷଙ୍କୁ ପତ୍ର ଲେଖି ସ୍ପଷ୍ଟ କରିଛି ।ଗତ ୯ ତାରିଖରେ ଡେବ୍ରିଗଡ଼ରେ ପ୍ରଥମ ଥର ପାଇଁ କ୍ୟାମେରାରେ କଏଦ ହୋଇଥିଲା । ଏହି ବାଘଟି ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (Tiger Reserve) ଅଞ୍ଚଳରେ ଦେଖାଯାଇଥିବା ସେହି ସମାନ ବାଘ ବୋଲି ଜଣାପଡ଼ିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା-ଟ୍ରାପ୍ ଫଟୋ ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ପ୍ରମାଣର ଅଧିକ ଯାଞ୍ଚ ସହ ବାଘ ଶରୀରରେ ଥିବା ପଟା ଚିହ୍ନ (Stripe-pattern) ମେଳ କରାଯିବା ପରେ ଡେବ୍ରିଗଡ଼ କର୍ତ୍ତୃପକ୍ଷ ବାଘଟିର ଗତିବିଧି ଓ ଯାତ୍ରା ପଥକୁ ଠାବ କରିବାରେ ସଫଳ ହୋଇଛନ୍ତି।

ମିଳିଥିବା ତଥ୍ୟ ଅନୁଯାୟୀ, ଏହି ବାଘଟି ପ୍ରଥମେ ଛତିଶଗଡ଼ର ଉଦନ୍ତି-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ବାହାରି ଛତିଶଗଡ଼ର ବର୍ଣ୍ଣୱାପାରା ବନ୍ୟପ୍ରାଣୀ ଅଭୟାରଣ୍ୟ  ଦେଇ ଓଡ଼ିଶାର ଡେବ୍ରିଗଡ଼ ଅଞ୍ଚଳକୁ ପ୍ରବେଶ କରିଛି। ଏହି ଅଣ୍ଡିରା ମହାବଳ ବାଘର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking