23.1 C
Bhubaneswar
Wednesday, November 18, 2026
Homeଓଡିଶା୩ଟି ଜିଲ୍ଲାରେ ଖୋଲିବ ଧାନ ମଣ୍ଡି: ସମବାୟ ମନ୍ତ୍ରୀ

୩ଟି ଜିଲ୍ଲାରେ ଖୋଲିବ ଧାନ ମଣ୍ଡି: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଧାନ ଅମଳରେ ବିଳମ୍ବ ଯୋଗୁଁ ମଣ୍ଡି ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ପୂର୍ବ ବ୍ୟବସ୍ଥା ଅନୁସାରେ ସୁରୁଖୁରୁରେ ଧାନ ସଂଗ୍ରହ କରାଯିବ। ତିନୋଟି ଜିଲ୍ଲାରେ ମଣ୍ଡି ଖୋଲିବା ତାରିଖ ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

DLPC ବୈଠକରେ ନିଷ୍ପତ୍ତି ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ୫, ସୁବର୍ଣ୍ଣପୁରରେ ଡିସେମ୍ବର ୧୧ ଏବଂ ବଲାଙ୍ଗୀର ଜିଲ୍ଲାରେ ଡିସେମ୍ବର ୧୪ ତାରିଖରୁ ଖୋଲିବ ଧାନ ମଣ୍ଡି। ଚଳିତ ବର୍ଷ ଲଗାତାର ବର୍ଷା ଯୋଗୁଁ ଧାନ ଠିକ୍ ସମୟରେ ପାଚିପାରିନାହିଁ। ଏହାସହ ଖରାର ପରିମାଣ କମ୍ ରହିବାରୁ ଧାନ ଅମଳରେ ବିଳମ୍ବ ହୋଇଛି। ଧାନ ପାଚିବା ପରେ ହିଁ ଅମଳ କରାଯାଇପାରିବ। ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ଧାନ ପାଚି ଅମଳ ହେବ ବୋଲି ଆଶା ରହିଛି।

 ଗତବର୍ଷ ଡିସେମ୍ବର ୧୫ ସୁଦ୍ଧା ମଣ୍ଡି ଖୋଲିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୫ରୁ ମଣ୍ଡି ଖୋଲିବାକୁ ଯାଉଛି। ଧାନ ସଂଗ୍ରହ ପାଇଁ ପୂର୍ବରୁ ଥିବା ବ୍ୟବସ୍ଥା ହିଁ ବଳବତ୍ତର ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଆଗକୁ ବଡ଼ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଧାନ ଅମଳ ଓ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking