ଦେବଗଡ଼: ଦେବଗଡ଼ ଥାନାର ଗୁଣ୍ଡୁରିପୋଷି ଗ୍ରାମର ତେନ୍ତୁଳିଦର୍ହ ନାଳରୁ ଆଜି ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ଦେବଗଡ଼ ଥାନାର ବୁଢିବିଲ ଗ୍ରାମର ଅମୂଲ୍ୟ ନାଏକ ।ସୂଚନା ଅନୁଯାୟୀ, ଅମୂଲ୍ୟଙ୍କ ମୃତଦେହ ନାଳରେ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଅମୂଲ୍ୟ ପାଣିରେ ବୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।










