ଗଞ୍ଜାମ: ବ୍ରିଜ୍ରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ପିପଳପଙ୍କା ଗାଁ ନିକଟ ଅଡ଼ାଙ୍ଗି ବ୍ରିଜ୍ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ହାତୀଗଡ଼ା ଗାଁର ରିଣ୍ଟୁ ଗୌଡ଼ ଓ ମନୋଜ ପ୍ରଧାନ ।ସୂଚନା ଅନୁସାରେ, ଗତକାଲି ରାତିରେ ଦୁହେଁ ଗୋଟିଏ ବାଇକ୍ରେ ଲାହାଗଣ୍ଡା ଗାଁରୁ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଅଡ଼ାଙ୍ଗି ବ୍ରିଜ୍ରେ ବାଇକ୍ଟି ଧକ୍କା ହୋଇଥିଲା । ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ସୋରଡ଼ା ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଖବର ପାଇ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଚଳାଇଛି ।










