24.1 C
Bhubaneswar
Saturday, November 14, 2026
Homeଓଡିଶାପିସିସି ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

ପିସିସି ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ ତମ ଜୟନ୍ତୀ ଉତ୍ସବ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହିଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ନେହେରୁ ପାର୍କ ଠାରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଶ୍ରୀକାନ୍ତ ଜେନା, ସନ୍ତୋଷ ସିଂ ସାଲୁଜା, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ପ୍ରକାଶ ଜେନା, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଜୟଶ୍ରୀ ପଟ୍ଟନାୟକ, ହଳଧର ସେଠୀ, ସୁଦର୍ଶନ ଦାସ, ତରୁଣ ମିଶ୍ର, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ମିହିର ଆଚାର୍ଯ୍ୟ, ଅଭୟ ସାହୁ, ଲିଙ୍ଗରାଜ ସାହୁ, ଆଲୋକ ନନ୍ଦ, ଶ୍ରେୟାସ୍ମିତା ପଣ୍ଡା, ଜୟକୃଷ୍ଣ ସୁବୁଦ୍ଧି, ରାଜକିଶୋର ବାରିକ, ଭାସ୍କର ସେଠୀ, ଜଗଦାନନ୍ଦ ପ୍ରଧାନ, ମନୋରଞ୍ଜନ ରାଉତରାୟ, ସଂଜୟ ମିଶ୍ର, ସଚିକାନ୍ତ ବେହେରା, ଜୟସ୍ମିତା ମହାନ୍ତି, ନିମାଇ ରାଉତରାୟ, କନକ ମଲ୍ଲିକ, ପ୍ରାଚୀ ରାଉତରାୟ, ବସନ୍ତ ପଣ୍ଡା, ଖଗେଶ୍ୱର ମଲ୍ଲିକ, ଅକ୍ଷୟ ମୁଦୁଲି, ରଞ୍ଜନ ଭୋଇ, ଅଭୟ ଜେନା, ଅକ୍ଷୟ ହରିଚନ୍ଦନ, ଟୁଲୁ ଦାସ, ମୀର ଆଜାଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking