ସୁନ୍ଦରଗଡ଼ର: ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ସଦର ଥାନା ରାଜପୁର ଅଞ୍ଚଳର ଏହି ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ। ଅନ୍ୟତ୍ର ହତ୍ୟା କରି ମୃତଦେହକୁ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଶନିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଘଟଣାର ଖୋଳତାଡ଼ କରୁଛି। ମୃତକ ହେଉଛନ୍ତି ସୁନ୍ଦର ମଣି ମହାପାତ୍ର। ସଦର ଥାନା ରାଜପୁର ଅଞ୍ଚଳରେ ତାଙ୍କୁ ହତ୍ୟା କରି ଧାନ ବିଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।ତେବେ ଘଟଣା ପଛରେ ରହିଛି ଆହୁରି ରହସ୍ୟ। ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରିବା ପରେ ମୃତଦେହକୁ ବୋହି ଆଣି ଧାନ ବିଲରେ ଫିଙ୍ଗାଯାଇଥିବା ସନ୍ଦେହ ହେଉଛି। କର୍ଲା ଘାଟିଏନ ରାସ୍ତାରେ ରକ୍ତ ଛିଟା ପଡ଼ିଥିବା ସ୍ଥାନୀୟ ଲୋକେ କହିବା ସହ ପୋଲିସକୁ ଅବଗତ କରିଛନ୍ତି।










