ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି)ରୁ ନିଲମ୍ବିତ ହୋଇଛନ୍ତି ଦିଲ୍ଲୀପ କୁମାର ନାୟକ। ଜାଲିଆତିପୂର୍ଣ୍ଣ କାର୍ଯ୍ୟକଳାପ ଓ ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ସୂଚନା ଅନୁଯାୟୀ, ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀପ କୁମାର ନାୟକ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ତେବେ ତାଙ୍କ ବିରୋଧରେ ଜାଲିଆତିପୂର୍ଣ୍ଣ କାର୍ଯ୍ୟ ଓ ଦଳବିରୋଧୀ କାର୍ଯ୍ୟକଳାପ ସମ୍ପର୍କିତ ଅଭିଯୋଗ ଆସିବା ପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି।










