22.1 C
Bhubaneswar
Sunday, November 15, 2026
Homeଓଡିଶାଗଛ ଭାଙ୍ଗି ୨୫ ଫୁଟ୍ ତଳକୁ ଖସିଲା ହାଇୱା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଗଛ ଭାଙ୍ଗି ୨୫ ଫୁଟ୍ ତଳକୁ ଖସିଲା ହାଇୱା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅନୁଗୋଳ: ଭାରସାମ୍ୟ ହରାଇ ରାସ୍ତାରୁ ୨୫ ଫୁଟ୍ ତଳକୁ ଖସିଲା ୧୬ ଚକିଆ ହାଇୱା । ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ନିଶା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା ।ସୂଚନା ଅନୁସାରେ, ହାଇୱାଟି ଅନୁଗୋଳରୁ ଛେଣ୍ଡିପଦା ଅଭିମୁଖେ କୋଇଲା ବୋଝେଇ ପାଇଁ ଯାଉଥିଲା । ଏହି ସମୟରେ ଦ୍ରୁତ ଗତି ଯୋଗୁଁ ଚାଳକ ଗାଡ଼ିର ଭାରସାମ୍ୟ ହରାଇଥିଲେ । ଫଳରେ ଗାଡ଼ିଟି ଦୁଇଟି ଗଛକୁ ଧକ୍କା ଦେଇ ଭାଙ୍ଗିବା ପରେ ରାସ୍ତାର ପ୍ରାୟ ୨୫ ଫୁଟ୍ ତଳକୁ ଖସି ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଅନ୍ୟପଟେ, ଏହି ରାସ୍ତାରେ କୋଇଲା ଗାଡ଼ି ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିଛି । ମାତ୍ର ୬୪ ଦିନ ମଧ୍ୟରେ ୧୭ଟି ଦୁର୍ଘଟଣାରେ ୨୭ଟି କୋଇଲା ଗାଡ଼ି ସାମିଲ ହୋଇଥିବା ବେଳେ ୨୦ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking