ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଫାଟିଲା ଏସି କମ୍ପ୍ରେସର । ଫଳରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସାଙ୍ଗେ ସାଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ଅଗ୍ନିଶମ ଟିମ ଏବଂ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୌଭାଗ୍ୟ ବଶତଃ କୌଣସି ପ୍ରକାର ଅଗ୍ନିକାଣ୍ଡ ଘଟିନାହିଁ । କମ୍ପ୍ରେସର ଫାଟିବା ବେଳେ ଶବ୍ଦ ଏତେ ମାତ୍ରାରେ ଥିଲା ଯେ, ଚାରିପାଖରେ ଥିବା ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା ।










