ପୁରୀ: ଭାଙ୍ଗିଦେଲେ ବେଆଇନ ଘେରି। ମଝି ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ। ଶହଶହ ବେଆଇନ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗୁଛି ସ୍ଥାନୀୟ ପ୍ରଶାସନ। ବାହାର ଚିଲିକାରୁ ପାଖା ପାଖି ୧୪ଶହ ୫୦ଏକର ବେଆଇନ ଘେରିକୁ ଉଚ୍ଛେଦ କରାଯାଇଛି। ବୋଟ ଉପରେ ଜେସିବି ମେସିନ ସାହାଯ୍ୟରେ ମଝି ଚିଲିକାରୁ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲର ବାହାର ଚିଲିକା ସିପିଆ ଗୋଠ ପଡ଼ିଆ, ତିଛିଣି, କୁରୁପାଳ ଅଞ୍ଚଳ ବାହାର ଚିଲିକାରେ ଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ। କୃଷ୍ଣପ୍ରସାଦ ତହସିଲଦାରଙ୍କ ନେତୃତ୍ବରେ ଜୋରଦାର କରା ଯାଇଛି ଉଚ୍ଛେଦ। ଅଭିଯୋଗ ପରେ ଏବେ ତତ୍ପର ହୋଇଛି ପ୍ରଶାସନ। ଚିଲିକା ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଚିଙ୍ଗୁଡ଼ି ଘେରି ଗୁଡ଼ିକୁ ନଷ୍ଟ କରା ଯାଉଥିବା ସମୟର ଏକ୍ସକ୍ଲୁସିଭ ଭିଜୁଆଲ ଆମ କ୍ୟାମେରାରେ କଏଦ ହୋଇଛି।
ଆଜି ଉଚ୍ଛେଦ ପ୍ରକ୍ରିୟା ତୃତୀୟ ଦିନରେ ପହଁଚିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଏବଂ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯନ୍ତ ଏଭଳି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ସ୍ଥାନୀୟ ତହସିଲଦାର ସହଦେଵ ସାହୁ ସୂଚନା ଦେଇଛନ୍ତି।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଆଇଆଇସି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀ ଏବଂ ବନ ବିଭାଗର ଅଧିକାରୀ ଉପସ୍ଥିତ ରହିଛନ୍ତି। ଚିଲିକାରେ ଉଚ୍ଛେଦ ପରେ ଯେଉଁ ମାନେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ବାରମ୍ବାର କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାଷ୍ଠାନ ନିଆ ଯିବ ବୋଲି କୃଷ୍ଣପ୍ରସାଦ ତହସିଲଦାର ସୂଚନା ଦେଇଛନ୍ତି।










