30.1 C
Bhubaneswar
Wednesday, November 11, 2026
Homeଓଡିଶାଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ ଆସିଲା କେମିତି: ବିଜେଡି

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ ଆସିଲା କେମିତି: ବିଜେଡି

ଭୁବନେଶ୍ୱର : ଏସଆଇଆର ପ୍ରକିୟା ହେବା ପରେ ବି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ ରହିଛି । ଯାହାକୁ ନେଇ ସମ୍ପୂର୍ଣ୍ଣ ଏସଆଇଆର ପ୍ରକିୟା ସନେ୍ଦହ ଘେରରେ ଥିବା ବେଳେ ବିଜେଡି ଏ ବାବଦରେ ପ୍ରଶ୍ନ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରିଛନ୍ତି ।ଶ୍ରୀ ମିଶ୍ର କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସଆଇଆର ପର ପ୍ରକିୟା ଆରମ୍ଭ ହୋଇଛି । ଜାନୁଆରୀ ମାସ ସୁଦ୍ଧା ଚୂଡାନ୍ତ ସଂଶୋଧନ ଭୋଟର ତାଲିକା ପ୍ରକାଶ ପାଇବ । ତାହାକୁ ନିର୍ଭୁଲ ଭାବେ କରିବା ପାଇଁ ବିଜେଡି ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରାଯାଉଛି । ଗତ ୨୦୨୫ ମସିହାରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ଆଲୋଚନା କରିଥିଲେ । ବୈଧ ଭୋଟର୍ ମାନେ ଯେପରି ତାଲିକାରୁ ବାଦ୍ ପଡ଼ିବେ ନାହିଁ, ତାହାକୁ ବିଜେଡି ସର୍ବଦା ଗୁରୁତ୍ୱ ଦେଇ କାର୍ଯ୍ୟ କରି ଆସୁଛି । ଏସଆଇଆର ପ୍ରକିୟାରେ ଯେଉଁଠି ବି ତ୍ରୁଟି ରହିଥିଲା । ତାହାର ସୁଧାର ପାଇଁ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବାରମ୍ବାର ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏସଆଇଆର ପ୍ରକିୟାରୁ ବାଦ ପଡିଥିବା ଯୋଗ୍ୟ ଭୋଟରଙ୍କୁ ପୁନଃ ତାଲିକା ଭୁକ୍ତ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ ହୋଇଛି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବାସୀଙ୍କ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ ରହିଛି । କୋରାପୁଟ ଜିଲ୍ଲାର କୋଟିଆ ଏବଂ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଜୁମ୍ଡାଙ୍ଗ ଗ୍ରାମବାସୀଙ୍କ ପାଖରେ ଏସଆଇଆର ପ୍ରକିୟା ପରେ ବି ଜଣକ ପାଖରେ ଦୁଇଟି ରାଜ୍ୟର ଭୋଟର୍ କାର୍ଡ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ଆଇନ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଦୁଇଟି ସ୍ଥାନରେ ଭୋଟର୍ କାର୍ଡ ହୋଇ ପାରିବ ନାହିଁ । ଓଡ଼ିଶାର କେତେ ଜଣ ଭୋଟର ଆନ୍ଧ୍ର ପ୍ରଦେଶ ନିର୍ବାଚନରେ ଭୋଟ ଦେଇଛନ୍ତି, ତାହାର ତଥ୍ୟ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ମାଗିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ନୀତି ନିୟମକୁ ଜଳାଞ୍ଜଳି ଦେଇଛି । ଆନ୍ଧ୍ର ପ୍ରଦେଶ ନକଲି ଭୋଟର ମାନଙ୍କୁ ତାଲିକାରୁ ବାଦ୍ କାହିଁକି ଦେଇନାହିଁ, ସେ ନେଇ ପ୍ରଶ୍ନ କରିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, ଗତ ଜୁନ ୨୦୨୫ରୁ ରାଜ୍ୟରେ ଏସଆଇଆର ନେଇ ପ୍ରକିୟା ଆରମ୍ଭ ହୋଇଥିଲା । ଏସଆଇଆର ଜରିଆରେ ପ୍ରଥମେ ରାଜ୍ୟରୁ ୯ଲକ୍ଷ ୮୦ହଜାର ଭୋଟ ବାଦ୍ ପଡିଥିଲେ । ଏହାପରେ ୨୦ଲକ୍ଷ ୧୩ ହଜାର ଭୋଟ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ବେଳକୁ ୪୪, ୭୭୭ ଭୋଟର୍ ତାଲିକାରୁ ବାଦ୍ ପଡିଥିଲେ । ବିଏଲଓ ଏବଂ ପ୍ରଶାସନିକ ଅଧିକାରୀ ମାନେ ଦୀର୍ଘ ଦେଢ଼ ବର୍ଷ ଧରି ପ୍ରକ୍ରିୟା କରିଥିଲେ । ଗତ ୨୧ ସେପ୍ଟେମ୍ୱରରେ ପ୍ରକାଶିତ ଚୂଡାନ୍ତ ତାଲିକାରେ ୩କୋଟି ୧୬ଲକ୍ଷ ଭୋଟର୍ ଥିଲେ । ତେବେ ଗତ ୮ ନଭେମ୍ୱରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ ହେଲା । ୩ଲକ୍ଷ ଭୋଟର ବୃଦ୍ଧି ପାଇଥିବା ଜଣାପଡ଼ିଛି । ବହୁ କମ ସମୟ ମଧ୍ୟରେ ଏତେ ମାତ୍ରାରେ ଭୋଟର ବୃଦ୍ଧି ପାଇଛନ୍ତି । ପ୍ରକ୍ରିୟାକୁ ଜଟିଳ କରାଯାଇଥିଲା ବୋଲି ଯୋଗ୍ୟ ଭୋଟର ମାନେ ତାଲିକାରୁ ବାଦ୍ ପଡିଥିବା ପ୍ରମାଣିତ ହୋଇଛି । ଯୋଗ୍ୟ ଭୋଟରଙ୍କୁ ତାଲିକାରେ ପୁନଃ ସାମିଲ କରିବା ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ବୁଥ ଅନୁଯାୟୀ ବାଦ୍ ପଡିଥିବା ଭୋଟରଙ୍କ ନାମ ଏବଂ କେଉଁ କାରଣରୁ ବାଦ୍ ପଡିଛନ୍ତି । ତାହାର ତଥ୍ୟ ଦଳୀୟ ବିଏଲଏ ମାନଙ୍କୁ ନିର୍ବାଚନ ଅଧିକାରୀ ପ୍ରଦାନ କରନ୍ତୁ । ତାହାର ଯାଞ୍ଚ କରି ଯୋଗ୍ୟ ଭୋଟରଙ୍କୁ ପ୍ରକାଶିତ ହେବାକୁ ଥିବା ଚୂଡାନ୍ତ ଭୋଟର ତାଲିକାରେ ଯୋଡ଼ା ଯାଉ ବୋଲି ବିଜେଡି ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking