31.1 C
Bhubaneswar
Tuesday, November 10, 2026
Homeଓଡିଶା୧୩ରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା

୧୩ରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ପୁଣି ଲଘୁଚାପ ସମ୍ଭାବନା। ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ୧୩ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ। ଲଘୁଚାପ ସୃଷ୍ଟି ହେଲେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ। ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଚଳିତ ବର୍ଷ ରାଜ୍ୟରେ ବନ୍ୟା ସହ କିଛି ମାତ୍ରାରେ ବାତ୍ୟାର ପ୍ରଭାବ ପଡ଼ିଛି । ଯାହା ଫଳରେ ଚାଷ ଆରମ୍ଭ ହେବା ଠାରୁ ଆରମ୍ଭ କରି ଏବେ ଚାଷ ଅମଳ ପର୍ଯ୍ୟନ୍ତ ଚାଷୀମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଚାଷ ଆରମ୍ଭରୁ ବନ୍ୟା ସ୍ଥିତି ଦେଖାଦେବାରୁ ରାଜ୍ୟର ଅଧିକାଂଶ ଚାଷୀ ଠିକରେ ଚାଷ କାର୍ଯ୍ୟ କରିପାରିନଥିଲେ । ଏବେ ଅମଳ ସମୟ ଥିବାରୁ ଯଦି ଲଘୁଚାପଜନିତ ବର୍ଷା ହୁଏ ତେବେ ପାଚିଲା କ୍ଷେତ ନଷ୍ଟ ହେବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking