28.1 C
Bhubaneswar
Tuesday, November 10, 2026
Homeଓଡିଶାଡେବ୍ରିଗଡ଼ରେ ବାଘର ଶିକାର ଦେଖିଲେ ୪୦ ପର୍ଯ୍ୟଟକ

ଡେବ୍ରିଗଡ଼ରେ ବାଘର ଶିକାର ଦେଖିଲେ ୪୦ ପର୍ଯ୍ୟଟକ

ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ରାଜ୍ ! ଜଙ୍ଗଲ ଭିତରେ ସମ୍ବର ଶିକାର କଲା ରୟାଲ ବେଙ୍ଗଲ ଟାଇଗର । ଆଉ ବାଘର ଏହି ରୋମାଞ୍ଚକର ଶିକାର ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଛି । କେବଳ କ୍ୟାମେରାରେ ନୁହେଁ, ୪ଟି ସଫାରୀ ଗାଡ଼ିରେ ଜଙ୍ଗଲ ବୁଲିବାକୁ ଯାଇଥିବା ପ୍ରାୟ ୪୦ ଜଣ ପର୍ଯ୍ୟଟକ ମଧ୍ୟ ଏହି ଦୃଶ୍ୟକୁ ନିଜ ଆଖିରେ ଦେଖିଛନ୍ତି ।ଡେବ୍ରିଗଡ଼ ଅଭୟାରଣ୍ୟର କୋର୍ ଜୋନ୍‌ରେ ଏହି ଘଟଣା ଘଟିଛି । ଏକ ସମ୍ବରକୁ ଶିକାର କରିଥିଲା ମହାବଳ ବାଘ । ଜଙ୍ଗଲରେ ବାଘର ଏଭଳି ସକ୍ରିୟ ଉପସ୍ଥିତି ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଥିବା ବେଳେ ବନ ବିଭାଗ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।

 ଅନ୍ୟପଟେ ବାଘର ସୁରକ୍ଷାକୁ ନେଇ ତତ୍ପର ହୋଇଛି ବନ ବିଭାଗ । ଅଭୟାରଣ୍ୟର ପଶ୍ଚିମ ସୀମାନ୍ତ ଅଞ୍ଚଳ ସହ ନଦୀ ପଥରେ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯାଇଛି । ଯେପରି କୌଣସି ଶିକାରୀ ଜଙ୍ଗଲରେ ପ୍ରବେଶ କରି ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ନକରନ୍ତି, ସେଥିପ୍ରତି ନଜର ରଖାଯାଇଛି ।

ବିଶେଷକରି ଶିକାରୀଙ୍କ ଗତିବିଧି, ଜଙ୍ଗଲରେ ଲଗାଯାଉଥିବା ଫାନ୍ଦ ଏବଂ ଅନ୍ୟ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି ବନ ବିଭାଗ । ଏଥିପାଇଁ ପୁଲିସ, ସ୍ଥାନୀୟ ଗୋଷ୍ଠୀ ଓ ସୂଚନାଦାତାମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ଏହା ସହ ଏକ ବଡ଼ ଘୋଷଣା କରିଛି ବନ ବିଭାଗ। ଶିକାରୀ, ଫାନ୍ଦ କିମ୍ବା ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ସନ୍ଦେହଜନକ ଘଟଣା ସମ୍ପର୍କରେ ସଠିକ୍ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ୧୦୦୦ ଟଙ୍କା ପୁରସ୍କାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking