23.1 C
Bhubaneswar
Tuesday, November 10, 2026
Homeଦେଶ ବିଦେଶଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ: ଇରାନ ସହ ବନ୍ଦ ହୋଇଛି ଯୁଦ୍ଧ

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ: ଇରାନ ସହ ବନ୍ଦ ହୋଇଛି ଯୁଦ୍ଧ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବଡ଼ ବୟାନ। ଇରାନ ସହ ଯୁଦ୍ଧ ବନ୍ଦ ହୋଇଥିବା ନେଇ କଲେ ଦାବି, କହିଲେ ଆମ ସମ୍ମୁଖରେ ଇରାନର ଶକ୍ତି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇସାରିଛି। ଟ୍ରମ୍ପ ନିକଟରେ କାତାର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ଏହା ପରେ, ସେ ହ୍ୱାଇଟ୍ ହାଉସରେ ଏକ ବ୍ରିଫିଂ କରିଥିଲେ। ବ୍ରିଫିଂ ସମୟରେ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ସାମରିକ ସଂଘର୍ଷ ପ୍ରାୟ ଶେଷ ହୋଇଗଲାଣି। ସାମର୍ଥ୍ୟ ଦୃଷ୍ଟିରୁ, ଇରାନ ପ୍ରାୟ ସମାପ୍ତ ହୋଇସାରିଛି। ଆମେ କେବଳ ସ୍ଥିତାବସ୍ଥା ବଜାୟ ରଖୁଛୁ। ମୁଁ କିଛି ଗ୍ୟାରେଣ୍ଟି ଦେଇପାରିବି ନାହିଁ, କିନ୍ତୁ ଯଦି ଆମକୁ ପୁଣି ଥରେ କାର୍ୟ୍ୟାନୁଷ୍ଠାନ ନେବାକୁ ପଡ଼େ, ତେବେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏହି ସମୟରେ, ସାମରିକ କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ଦେଖାଯାଉନାହିଁ। ସମଗ୍ର ମଧ୍ୟପ୍ରାଚ୍ୟ ଏବେ ୟୁରାନିୟମ ସହିତ ଜଡିତ ବିପଦରୁ ସୁରକ୍ଷିତ, ଏବଂ ଏହା ମଧ୍ୟ ଦେଖାଯାଉଛି ଯେ ଏହି ସଂଘର୍ଷ ଶେଷ ହେବାକୁ ଯାଉଛି। ସେହିପରି ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟ ଯୁଦ୍ଧ ଖୁବଶୀଘ୍ର ବନ୍ଦ ହେବ ବୋଲି ସେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking