30.1 C
Bhubaneswar
Sunday, November 8, 2026
Homeଦେଶ ବିଦେଶୟେମେନରେ ସାଉଦି ଆରବର ବୋମା ବର୍ଷା, ୩୩ ମୃତ

ୟେମେନରେ ସାଉଦି ଆରବର ବୋମା ବର୍ଷା, ୩୩ ମୃତ

ୟେମେନ : ୟେମେନରେ ମୃତ୍ୟୁର ତାଣ୍ଡବ ରଚିଛି ସାଉଦି ଆରବ । ସାଉଦି ଆରବର ଏୟାର ଷ୍ଟ୍ରାଇକରେ ଛାରଖାର ହୋଇଗଲା ଅନେକ ଘର । ରାଜଧାନୀ ସାନା ନିକଟସ୍ଥ ବାନି ହୁଶାଇଶ ଗ୍ରାମରେ ହୋଇଥିବା ଏହି ଆକ୍ରମଣରେ ୩୩ ଜଣଙ୍କ ଜୀବନ ଯାଇଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ଅନେକ ଘର ଭୁଶୁଡ଼ି ପଡ଼ିଥିବାରୁ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ । ମୃତାହତଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ମଧ୍ୟରେ ପୁଣି ଆକ୍ରମଣ ହେଉଥିବା ଅଭିଯୋଗ ଆସିଛି । ଫଳରେ ଉଦ୍ଧାରକାରୀ ଓ ଚିକିତ୍ସା କର୍ମଚାରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଛି ।

ସାନାର ସେହତୁନା ହସ୍ପିଟାଲର ନିର୍ଦ୍ଦେଶକ ଅବଦୁଲ-ଅଜିଜ ଅଲ-ଦୈଲାମିଙ୍କ ସୂଚନା ଅନୁସାରେ, ଆକ୍ରମଣ ପରେ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଏବେ ମଧ୍ୟ ଅନେକ ଲୋକ ଫସି ରହିଛନ୍ତି । ଏମାନଙ୍କ ମଧ୍ୟରେ ଉଦ୍ଧାରକାରୀ ଦଳର ସଦସ୍ୟ ମଧ୍ୟ ରହିଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ପହଞ୍ଚିବା ମାତ୍ରେ ପୁଣି ଆକ୍ରମଣ ହେଉଛି । ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ କିଛି ମେଡିକାଲ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସାଉଦି ଆରବର ସେଣ୍ଟର ଫର୍ ଇଣ୍ଟରନ୍ୟାସନାଲ କମ୍ୟୁନିକେସନ ପକ୍ଷରୁ କୁହାଯାଇଛି ଯେ, ମାମଲାର ତଦନ୍ତ ଚାଲିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ । ଦୀର୍ଘଦିନର ସାଉଦି-ହୁଥି ବିବାଦ ମଧ୍ୟରେ ଆକ୍ରମଣ ହେଉଛି । ୟେମେନର ରାଜଧାନୀ ସାନା ଉପରେ ହୁଥି ବିଦ୍ରୋହୀଙ୍କ ନିୟନ୍ତ୍ରଣ ରହିଛି । ଇରାନ ସମର୍ଥିତ ଏହି ଗୋଷ୍ଠୀ ଓ ସାଉଦି ଆରବ ମଧ୍ୟରେ ଦୀର୍ଘଦିନ ଧରି ସଂଘର୍ଷ ଲାଗି ରହିଛି । ୨୦୨୨ରେ ମିଳିତ ଜାତିସଂଘର ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking