ଯାଜପୁର : ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ । ଗାଧୋଇବାକୁ ଯାଇଥିବା ବେଳେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର। ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଯୁବକ ଜଣକ ହେଲେ ଉଦୟ ନାଥ ସାହୁ । ଯାଜପୁର ରୋଡ୍ ବନାଞ୍ଚଳ ଅନ୍ତର୍ଗତ ପହଂଗା ପଞ୍ଚାୟତର ରାଉତରାପୁର ଗାଁ ନିକଟରେ ଘଟିଛି ଏହି ଘଟଣା ।
ଉଦୟ ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ହଠାତ୍ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ଆକ୍ରମଣରେ ଉଦୟ ଗୁରୁତର ଆହତ ହୋଇଥିଲେ । ନିକଟରେ ଥିବା ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।ଅନ୍ୟପଟେ, ଖରସ୍ରୋତା ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣାକୁ ନେଇ ରାଉତରାପୁର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।










