30.1 C
Bhubaneswar
Saturday, November 7, 2026
Homeଓଡିଶାବେର ITI ପ୍ରିନ୍ସିପାଲଙ୍କ ୨ଟି କୋଠା, ୧୧ ପ୍ଲଟ୍ ଠାବ କଲା ଭିଜିଲାନ୍ସ

ବେର ITI ପ୍ରିନ୍ସିପାଲଙ୍କ ୨ଟି କୋଠା, ୧୧ ପ୍ଲଟ୍ ଠାବ କଲା ଭିଜିଲାନ୍ସ

ବଲାଙ୍ଗିର: କୁବେର ପ୍ରିନ୍ସପାଲଙ୍କ ୨ଟି କୋଠା ଓ ୧୧ ପ୍ଲଟ୍ ଠାବ। ଗତକାଲି ଲାଞ୍ଚ ନେବା ବେଳେ ବଲାଙ୍ଗିର ସରକାରୀ ITI କଲେଜ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରାଙ୍କୁ ମାଡି ବସିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ ପ୍ରିନ୍ସପାଲଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ସହ ୨୬୩ ଗ୍ରାମ୍ ସୁନା, ଅଢ଼େଇ କେଜି ରୁପା ଠାବ ହୋଇଛି। ଗୋଟିଏ ଦାମୀ କାର ସହ ୩ଟି ବାଇକ ମଧ୍ୟ ଜବତ ହୋଇଛି। ଚାକିରି ବଜାୟ ରଖିବା ସହ ଦରମା ଉଠାଇବା ପାଇଁ ପ୍ରିନସିପାଲ ଲାଞ୍ଚ ମାଗୁଥିଲେ। ୯ ଜଣ ଇନଷ୍ଟ୍ରକ୍ଟରଙ୍କ ଠାରୁ ଅଧ୍ୟକ୍ଷ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଆଜି ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ସୁରେଶଙ୍କୁ ହାଜର କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking