ଗଞ୍ଜାମ: ଦୀର୍ଘ ୪୫ ଦିନର ଅପେକ୍ଷା ପରେ ଖୋଲିଲା କଳିଙ୍ଗା ଘାଟି । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଏହି ଘାଟି ରାସ୍ତାରେ ଏବେ ସମସ୍ତ ଗାଡ଼ି ଚଳାଚଳ ପାଇଁ ଅନୁମତି ମିଳିଛି। ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଖୋଲିବା ପରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।ସୂଚନା ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଥିଲା । ଏଥିସହ ଏକ ବ୍ରିଜ୍ ଧୋଇଯିବାରୁ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିଥିଲା ପ୍ରଶାସନ । ଫଳରେ ଗଞ୍ଜାମ ଓ କନ୍ଧମାଳ ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା ।ତେବେ ମରାମତି ଓ ଆବଶ୍ୟକୀୟ ପଦକ୍ଷେପ ପରେ ଏବେ ରାସ୍ତାରେ ଯାତାୟାତକୁ ଅନୁମତି ମିଳିଛି । ବିଶେଷକରି ଗାଜଲବାଡ଼ି-ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ୪ ଚକିଆ ଗାଡ଼ି ଚଳାଚଳ କରୁଛି । ଦୀର୍ଘ ଦିନ ଧରି ଏହି ରାସ୍ତା ବନ୍ଦ ରହିଥିବାରୁ ଯାତ୍ରୀ ଓ ସ୍ଥାନୀୟ ଲୋକେ ଯେଉଁ ଅସୁବିଧା ଭୋଗୁଥିଲେ, ରାସ୍ତା ଖୋଲିବା ପରେ ସେଥିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।










