ଭୁବନେଶ୍ୱର: ଆଜି ଧନତେରାସ୍। ଧନତେରାସ ଅବସରରେ ସୁନା, ରୁପା ଓ ନୂଆ ବାସନକୁସନ କିଣିବାର ପରମ୍ପରା ରହିଥିବାରୁ ଗହଣା ଦୋକାନଠୁ ବଜାର ପର୍ଯ୍ୟନ୍ତ ସବୁଠି ଭିଡ଼। ଧାର୍ମିକ ବିଶ୍ୱାସ ଅନୁସାରେ, ଧନତେରାସ ଦିନ ମା’ ଲକ୍ଷ୍ମୀ, ଭଗବାନ କୁବେର ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଏହି ଦିନ ସୁନା ଓ ରୁପା କିଣିବା ଶୁଭ ବୋଲି ଅନେକଙ୍କ ବିଶ୍ୱାସ। ଭୁବନେଶ୍ୱରରେ ଧନତେରସକୁ ନେଇ ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ରହିଛି। ନିକଟରେ ସୁନା ଓ ରୁପା ଦରରେ ହ୍ରାସ ହୋଇଥିବାରୁ ଗ୍ରାହକଙ୍କ ଆଗ୍ରହ ବଢ଼ିଥିବା ନେଇ ସ୍ଥାନୀୟ ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି। ସୁନା ଓ ରୁପା କଏନ୍, ହାଲୁକା ଗହଣା ଓ ଘରୋଇ ସାମଗ୍ରୀ କିଣାକୁ ନେଇ ବଜାରରେ ରହିଛି ଉତ୍ସବର ମାହୋଲ। କେବଳ ସୁନା ଓ ରୁପା ନୁହେଁ, ନୂଆ ବାସନକୁସନ, ଝାଡ଼ୁ ଓ ଘରୋଇ ଉପକରଣ କିଣିବାକୁ ମଧ୍ୟ ଲୋକ ପସନ୍ଦ କରିଥାନ୍ତି।










