29.1 C
Bhubaneswar
Friday, November 6, 2026
Homeଓଡିଶାନଭେମ୍ବର ୧୫ରୁ ଫେରୁଛି ଇକୋ ରିଟ୍ରିଟ୍‌

ନଭେମ୍ବର ୧୫ରୁ ଫେରୁଛି ଇକୋ ରିଟ୍ରିଟ୍‌

ଭୁବନେଶ୍ୱର: ଶୀତଦିନିଆ ଛୁଟିଦିନକୁ ଆହୁରି ଆନନ୍ଦଦାୟକ କରିବାକୁ ପୁଣି ଫେରୁଛି ଓଡ଼ିଶା ପର୍ଯ୍ୟଟନର ବିଶାଳ ଉତ୍ସବ ଇକୋ ରିଟ୍ରିଟ୍-୨୦୨୬-୨୭ । ମିଳିଥିବା ସୂଚନା ମୁତାବକ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍ । ୭ ବଦଳରେ ଏଥର ୮ଟି ସ୍ଥାନ ଯଥା କୋଣାର୍କ, ଗଞ୍ଜାମର ସୁନାପୁର ବେଳାଭୂମି, ଦାରିଙ୍ଗବାଡ଼ି, କୋରାପୁଟର ତଳମାଳି ଓ କୋଲାବ, ହୀରାକୁଦ, ସାତକୋଶିଆ ଓ ମୟୂରଭଞ୍ଜର କୁସୁମବନ୍ଧରେ ଇକୋ ରିଟ୍ରିଟ୍ ହେଉଛି । ନୂତନ ଭାବେ ତଳମାଳି, କୋଲାବ ଓ କୁସୁମବନ୍ଧକୁ ସାମିଲ କରାଯାଇଛି । ବର୍ତ୍ତମାନ ତଳମାଳି, କୋଲାବ, ସୁନାପୁର ଓ କୋଣାର୍କ ପାଇଁ ଆଗୁଆ ବୁକିଂ ଆରମ୍ଭ ହୋଇଛି ।

ପ୍ରଥମେ ନଭେମ୍ବର ୧୫ରୁ ତଳମାଳି ଓ କୋଲାବରେ ଆରମ୍ଭ ହେଉଥିବା ବେଳେ ପ୍ରତି ଟେଣ୍ଟ ଓ ରାତି ପିଛା ଦର ୭ ହଜାର ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ଡିସେମ୍ବର ୧ରୁ ସୁନାପୁରରୁ ଆରମ୍ଭ ହେବାକୁ ଥିବା ବେଳେ ଏଠି ଦର ୭୫୦୦ ଟଙ୍କା ଏବଂ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା କୋଣାର୍କରେ ଦର ୮ ହଜାର ଟଙ୍କା ରହିଛି । ରହଣି ବେଳେ ୫ ଷ୍ଟାର୍ ହୋଟେଲ୍ର ସୁବିଧା ସହ ପ୍ରକୃତି କୋଳରେ ଅଭୁଲା ମୁହୂର୍ତ୍ତକୁ ବିତାଇବା ପାଇଁ ସୁଯୋଗ ଦେବ ଇକୋ ରିଟ୍ରିଟ୍ । ସେଥିପାଇଁ ସାରା ରାଜ୍ୟରେ ଜୋର୍ଦାର୍ ପ୍ରସ୍ତୁତି ଚାଲିଛି ।

ଏନେଇ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ଭବନଠାରେ ସମୀକ୍ଷା କରିଛନ୍ତି । ଗୁଣାତ୍ମକ ଭିତ୍ତିଭୂମି, ସୁଗମ ପରିଚାଳନା, ଭ୍ରମଣକାରୀଙ୍କ ଉନ୍ନତ ଅନୁଭୂତି ଏବଂ ବୃଦ୍ଧିପାଉଥିବା ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀକୁ ଗୁରୁତ୍ୱ ଦେଇଥିଲେ । ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଦୁଃସାହସିକ କ୍ରୀଡ଼ା ଓ ମନୋରଞ୍ଜନମୂଳକ କାର୍ଯ୍ୟକଳାପ ସହ ସ୍ଥାନୀୟ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ କରିବାକୁ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking